ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହେଲା ବିମାନ ସେବା, ପ୍ରଥମ ଦିନରେ ୧୮୩ ଯାତ୍ରୀ ଯାଇଥିବା ବେଳେ ଦୁବାଇରୁ ଫେରିଛନ୍ତି ୧୭୩

ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ ।ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ।

ଭୁବନେଶ୍ବର(କେନ୍ୟୁଜ୍): ୬.୩୦ ପରିବର୍ତ୍ତେ ୬.୪୦ରେ ଉଡାଣ ଭରିଲା ଇଣ୍ଡିଗୋ ଫ୍ଲାଇଟ। ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରୁ ବାହାରିଛି ଏକ ଫ୍ଲାଇଟ ଭୁବନେଶ୍ବରରେ ୫.୩୦ ରେ ପହଁଚିଛି। ତେବେ ଆଜି ପ୍ରଥମ ଦିନରେ ୧୮୩ଯାତ୍ରୀ ଯାଉଥିବା ବେଳେ ଦୁବାଇରୁ ଭୁବନେଶ୍ବରରୁ ଆସିଛନ୍ତି ୧୭୩ ।ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ ।

ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ ।ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା ।ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି ।ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

Leave A Reply

Your email address will not be published.