କଟକ: ଏତଲା ଦେବାକୁ ଆସିଥିବା ଅଭିଯୋଗକାରୀଙ୍କୁ ଥାନାରେ ଦୁର୍ବ୍ୟବହାର, ପୋଲିସ ବିରୋଧରେ ତାତିଲେ ଗାଁ ଲୋକ

କଟକ(କେନ୍ୟୁଜ୍):  ପୋଲିସ ବିରୋଧରେ ତାତିଲେ ଗାଁ ଲୋକ। ଏତଲା ଦେବାକୁ ଆସିଥିବା ଅଭିଯୋଗକାରୀଙ୍କୁ ଥାନାରେ ଦୁର୍ବ୍ୟବହାର ପ୍ରତିବାଦରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଘେରିଲେ ଉତ୍ୟକ୍ତ ଲୋକ। ଏତିକିବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବାଳି ଗାଁ ଲୋକ । ଅଭିଯୋଗ ହୋଇଛି, ଜମିବାଡ଼ି ଗଣ୍ଡଗୋଳ ମାମଲାରେ ଏତଲା ଦେବାକୁ ଗୁରୁଡ଼ିଝାଟିଆ ଥାନାକୁ ଆସିଥିଲେ ବାଳି ଗାଁ ବାଘେଟିସାହିର ହରିହର ଦଳେଇ ଓ ତାଙ୍କ ସ୍ତ୍ରୀ। କିନ୍ତୁ ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଏହାର ପ୍ରତିବାଦ କରିବାକୁ ଆସିଥିବା ବେଳେ ବାଘେଟିସାହିର ମହିଳାଙ୍କୁ ପୋଲିସ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ମହିଳାମାନେ ଥାନା ଆଗରେ ଧାରଣା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.