Below header

ବାଙ୍କୀ: ଡମପଡା ବ୍ଳକ ତାଳବସ୍ତ ପଞ୍ଚାୟତରେ ଖାଉଟିଙ୍କୁ ମିଳୁନି ରାସନ ସାମଗ୍ରୀ, ସରକାରୀ ନିର୍ଦ୍ଦେଶନାମାକୁ ଡିଲରଙ୍କ ବେଖାତିର

କଟକ(କେନ୍ୟୁଜ୍): ଖାଉଟିଙ୍କୁ ମିଳୁନି ରାସନ ସାମଗ୍ରୀ । ଜାତୀୟ ଖାଦ୍ୟ ଯୋଜନାରେ ଆସୁଥିବା ଚାଉଳ, ଗହମକୁ ଡିଲର ମାନେ ବଣ୍ଟନ କରୁ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଡମପଡା ବ୍ଳକ ତାଳବସ୍ତ ପଞ୍ଚାୟତରୁ । ଏହି ପଞ୍ଚୟତର ରାଉତପୁର,ପଦନପୁର ସମେତ ଅନେକ ଗାଁରେ ଡିଲର ତିନି ମାସର ଗହମ , ଚାଉଳ ଦେଉ ନଥିବାରୁ ଲୋକେ ହଇରାଣ ହେଉଥିବା କହିଛନ୍ତି । ନଭେମ୍ବର, ଡିସେମ୍ବର ଓ ଜାନୁୟାରୀ ମାସ ପାଇଁ ଏକ କାଳୀନ ଟଙ୍କିକିଆ ଚାଉଳ ଓ ଗହମ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଡିଲର ମାନଙ୍କ ନିକଟରେ ଚାଉଳ ଗହମ ପରିବହନ ସଂସ୍ଥା ପହଞ୍ଚାଇଥିଲେ ମଧ୍ୟ ବହୁ ଡିଲର ଏକକାଳୀନ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁନଥିବା ଅଭିଯୋଗ ହୋଇଛି । ବିଶେଷ ଭାବେ ଅନ୍ତୋଦୟ ଯୋଜନାରେ ୩୫ କେ.ଜି. ଚାଉଳ ପାଉଥିବା ଅସହାୟ ମହିଳା ଓ ବୃଦ୍ଧମାନେ ଚାଉଳ ନପାଇ ହଇରାଣ ହେଉଛନ୍ତି । ୩୫କେଜି ପରିବର୍ତ୍ତେ ୩୩କେଜି ପାଉଛନ୍ତି । ଏନେଇ ବହୁବାର ଅଭିଯୋଗ ମଧ୍ୟ କରାଯାଇଛି । ହେଲେ କାହାରି ନିଘା ନାହିଁ । ତେଣୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.