ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କଲା ରିକ୍ସାଵାଲାଙ୍କ ଅନ୍ଦାଜ, ତାଙ୍କ ପାଇଁ ଏପରି କଲେ ଯୋଜନା

ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟରେ ନିଜ ଟ୍ୱିଟ ଓ ବିଶାଳ ହୃଦୟ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜି ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଆସିଥିବା ଆନନ୍ଦ ଏବେ ଏକ ରିକ୍ସାବାଲାକୁ ସାହାଯ୍ୟ କରିବେ ବୋଲି ସ୍ଥିର କରିଛନ୍ତି। ଏହି ରିକ୍ସାବାଲାଙ୍କ ଏକ ଭିନ୍ନ ଅନ୍ଦାଜରେ ଆନନ୍ଦ ମହିନ୍ଦ୍ରା ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ଏକ ଗାଡି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ପ୍ରକୃତରେ ଘଟଣା ଟିର ଆରମ୍ଭ ହୋଇଥିଲା ଏହି ପରି । ଆନନ୍ଦଙ୍କ ଟ୍ୱିଟର ଆକାଉଣ୍ଟ ରେ ନିରାଜ ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ଏକ ରିକ୍ସାର ଫଟୋ ପୋଷ୍ଟ କରିଥିଲେ । ଏହି ରିକ୍ସାର ପଛ ପଟେ ମହିନ୍ଦ୍ରା କମ୍ପାନୀ କାରର ଏକ ଲୋଗୋ ଲାଗି ଥିବା ଦେଖିବାକୁ ମିଳିଥିଲା ।

anand mahindra

ଖାଲି ଏତିକି ନୁହେଁ ଫଟୋ ପଠାଇଥିବା ବ୍ୟକ୍ତି ଜଣକ ଏହା ଉପରେ ଆନନ୍ଦଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ଏହା ପରେ ନିଜ ଟ୍ୱିଟର ଆକାଉଣ୍ଟରେ ଆନନ୍ଦ ଏହାର ଜବାବ ଦେଇଥିଲେ । ଲେଖିଥିଲେ ନିରଜ ହୁଏତ ଏହା ତମ କୁ ମଜାକିଆ ଲାଗୁଥାଇ ପାରେ । କିନ୍ତୁ ମୁଁ ସେହି ବ୍ୟକ୍ତିଙ୍କର ଏପରି ଭିନ୍ନ ଅନ୍ଦାଜରେ ଖୁବ ପ୍ରଭାବିତ ହୋଇଛି । ଲୋକଙ୍କର ଆମ କମ୍ପାନୀ ପ୍ରତି ଏତେ ଭଲ ପାଇବା ଦେଖି ମୁଁ ଖୁବ ଆତ୍ମବିହ୍ଵଳ ହୋଇଯାଇଛି । ଏ ଖବର ମୋତେ ଖୁବ ରୋମାଂଚିତ ମଧ୍ୟ କରିଛି । ଆମେ ସ୍ଥିର କରିଛୁ କି ସେହି ବ୍ୟକ୍ତିଙ୍କୁ ଆମ କମ୍ପାନୀର ଏକ ଲାଟେଷ୍ଟ କାର ଉପହାର ଭାବେ ଦେବୁବୋଲି ।

ଏହା ସହ ପଢନ୍ତୁ; ପ୍ରି-ୱେଡିଂ’ କୋର୍ସରେ ଫେଲ୍‌ ହୋଇଥିବା କପଲ୍ସକୁ ଦିଆଯିବନି ବିବାହ ଅଧିକାର, ଏହି ଦେଶର ସରକାର ଆଣିଲେ ନୂଆ ନିୟମ

ଯାହାଦ୍ୱାରା ସେ ଆଗକୁ ଉନ୍ନତି କରିପାରିବେ । ଅବଶ୍ୟ ଏମିତି ଘଟଣା ପ୍ରଥମ ଥର ପାଇଁ ହୋଇନି । ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ବହୁ ଲୋକଙ୍କୁ ବହୁ ଗାଡି ଉପହାର ଭାବେ ଦେଇଛନ୍ତି । ଏହା ପୂର୍ବରୁ ମହୀଶୂରର ଜଣେ ବ୍ୟକ୍ତିଙ୍କୁ ଆନନ୍ଦ Mahindra KUV 100 NXT ଉପହାର ଭାବେ ଦେଇଥିଲେ । ସେହି ବ୍ୟକ୍ତି ଜଣକ ନିଜ ସ୍କୁଟରରେ ମା’ଙ୍କୁ ତୀର୍ଥ କରୁଥିବା ଶୁଣି ଆନନ୍ଦ ତାଙ୍କୁ ଏହି ଗାଡି ଉପହାର ସ୍ୱରୂପ ଦେଇଥିଲେ ।

Leave A Reply

Your email address will not be published.