କଳାହାଣ୍ଡି: ଟ୍ରକରେ ଲୁଚିଥିଲା ବିରାଟ ଅଜଗର, ବନବିଭାଗ ଅଧିକାରୀ କଲେ ଉଦ୍ଧାର

କଟକ(କେନ୍ୟୁଜ୍): ଟ୍ରକରେ ଅଜଗର । ତେଲ ଟାଙ୍କି ଚେଚିସ ବାର ଉପରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଛକରେ ମାଲବାହୀ ଟ୍ରକରୁ ଅଜଗରକୁ ଉଦ୍ଧାର କରାଯାଇଛି । ଏହାର ଲମ୍ବ ପ୍ରାୟ ୭ ଫୁଟ । ଟ୍ରକ ଡ୍ରାଇଭର ଗାଡ଼ି ଚକରେ ପମ୍ପ ଚେକ କରିବା ବେଳେ ଚେଚିସ ବାର ଉପରେ ଅଜଗର ଦେଖି ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ ଅଧିକାରୀ । ଅଜଗରକୁ ଧରିବା ପରେ ଏହାକୁ ନିକଟ କେରକେଟା ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.