Below header

ଆଜି ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଟ୍ରାଫିକ୍‌ ଚେକିଂ, ଜଣେ ପୋଲିସ କର୍ମଚାରୀଙ୍କଠାରୁ ଆଦାୟ ହୋଇଛି ୧୦୦୦ଟଙ୍କା ଫାଇନ୍

ସମ୍ବଲପୁର: ଆଜି ସମ୍ବଲପୁରରେ ଟ୍ରାଫିକ୍‌ ଜୋରଦାର ଚେକିଂ କରାଯାଉଛି । ସମ୍ବଲପୁରର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଚେକିଂ। ପୋଲିସ କର୍ମଚାରୀଙ୍କୁ ୧୦୦୦ଟଙ୍କା ଫାଇନ ଆଦାୟ କରାଯାଇଛି। ବିନା ହେଲମେଟରେ ଗାଡି ଚାଳନା ପାଇଁ କଟିଛି ଫାଇନ୍‌। ଗତକାଲି ୨୮୦ଜଣଙ୍କୁ ଫାଇନ୍‌ କରାଯାଇ ୨ଲକ୍ଷ ୬୬ହଜାର ଟଙ୍କା ଆଦାୟ କରାଯାଇଛି। ଯେଉଁମାନେ ବିନା ହେଲମେଟ୍‌ରେ ଗାଡି ଚଳାଉଛନ୍ତି ବା ଗାଡିରେ ଆବଶ୍ୟକ କାଗଜପତ୍ର ନାହିଁ ସେମାନଙ୍କଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ବିଶେଷକରି ସନ୍ଧ୍ୟା ସମୟରେ ମଦୁଆ ଡ୍ରାଇଭରଙ୍କ ଉପରେ କଡା ନଜର ରଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.