Below header

ରାଣୀ ମହୁମାଛି ସାଜି ମହିଳା ଚଳାଇଛନ୍ତି ସେକ୍ସ ରାକେଟ୍‌ ରାକେଟ୍‌, ପୋଲିସ ରେଡ ବେଳେ ସବୁ ଫେରାର

ଉଦଳା(କେନ୍ୟୁଜ୍):ଉଦଳାର ଜନଗହଳିପୂର୍ଣ୍ଣ ସ୍ଥାନରେ ଚାଲୁଛି ସେକ୍ସ ରାକେଟ୍‌ । ରାଣୀ ମହୁମାଛି ସାଜି ମହିଳା ଜଣଙ୍କ ଚଳାଇଛନ୍ତି ରାକେଟ୍‌ । ପୋଲିସ ଖବର ପାଇ ଚଢାଉ କରିଥିଲେ ବି ଗ୍ରାହକ ଓ ଯୁବତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପୁଅକୁ ପଚରାଉଚରା କରିଥିଲା । ହେଲେ ପୋଲିସ ହାତରେ କୌଣସି ଠୋସ୍‌ ପ୍ରମାଣ ଲାଗିପାରି ନାହିଁ । ଘର ତଲାସି ବେଳେ ଆପତ୍ତିଜନକ ସାମଗ୍ରୀ, ମଦ ବୋତଲ ପାଇଥିଲା । ମାଆ ଓ ପୁଅଙ୍କ ମୋବାଇଲ ଜବତ କରି ଫେରିଆସିଛି ।

ରାଣୀ ମହୁମାଛି କହିଛି ଟଙ୍କା ପାଇଁ ଏପରି କରୁଛି । ତାଙ୍କ ପୁଅଙ୍କ କହିବାକଥା ଘରେ ସବୁବେଳେ ଭିଡ଼ ଲାଗିଥାଏ । ତେଣୁ ସେ ବାହାରେ ରହେ । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଯୁବତୀ ଏବଂ ପଡୋଶୀ ରାଜ୍ୟରୁ ଯୁବତୀଙ୍କୁ ଆଣି ସେକ୍ସ ରାକେଟ୍‌ ଚଳାଉଥିବା ଅଭିଯୋଗ ହୋଇଛି । ଗ୍ରାହକ ରାତିକ ପାଇଁ ଯୁବତୀଙ୍କୁ ନେଲେ ୫ ହଜାର ଟଙ୍କା ଏବଂ ରାଣୀ ମହୁମାଛି ଘରେ ବିତାଇଲେ ଦେଢ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.