Below header

ଅସୁସ୍ଥ ହେଲେ ଉର୍ଫି ଜାଭେଦ; ଦୁବାଇରେ ବିଗିଡ଼ିଲା ସ୍ୱାସ୍ଥ୍ୟ…ହସ୍ପିଟାଲ ବେଡ୍‌ରୁ ସେୟାର କଲେ ଭିଡିଓ

ନିଜର ବୋଲ୍ଡ ଫ୍ୟାଶନ ଦ୍ୱାରା ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଜାଭେଦ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଉର୍ଫିଙ୍କ ସ୍ୱାସ୍ଥ୍ୟ ଏତେ ବିଗିଡ଼ି ଯାଇଛି ଯେ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଛି। ଉର୍ଫିଙ୍କୁ ହସ୍ପିଟାଲରେ ଦେଖି ତାଙ୍କର ସମସ୍ତ ପ୍ରଶଂସକ ବ୍ୟସ୍ତ ହୋଇପଡ଼ିଛନ୍ତି।

ଉର୍ଫି ଜାଭେଦ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ସେଠାକୁ ଶୁଟ୍‌ କରିବାକୁ ଯାଇଛନ୍ତି କି ବୁଲିବାକୁ ଯାଇଛନ୍ତି, ତାହା ଜଣାପଡ଼ି ନାହିଁ। କିନ୍ତୁ ଖବରରୁ ଜଣାପଡ଼ିଛି ଯେ ଦୁବାଇ ଯାଇ ଉର୍ଫିଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି। ସେ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ହସ୍ପିଟାଲ ବେଡ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ ଉର୍ଫି କହୁଛନ୍ତି, ତାଙ୍କୁ Laryngitis (ଭଏସ୍‌ ବକ୍ସର ଇନ୍‌ଫେକ୍ସନ) ହୋଇଛି। ସେ ନିଜର ରୋଗ ବିଷୟରେ ନିଜର ଜଣେ ସାଙ୍ଗ ସହିତ କଥା ହେଉଛନ୍ତି। କିନ୍ତୁ ଡାକ୍ତର ତାଙ୍କୁ କଥା ହେବାକୁ ମନା କରୁଛନ୍ତି।

ଅସୁସ୍ଥତା ଯୋଗୁ ଉର୍ଫିଙ୍କ ଲୁକ୍‌ ବି ସାମାନ୍ୟ ବଦଳି ଯାଇଥିବାର ନଜର ଆସୁଛି। ତାଙ୍କ ଆଖି ତଳେ ଅଧିକ ଡାର୍କ ସର୍କଲ୍ସ ହୋଇଛି। ବିନା ମେକ୍‌ଅପ ଏବଂ ଅସୁସ୍ଥତା କାରଣରୁ ସେ ଅଲଗା ପ୍ରକାରର ନଜର ଆସୁଛନ୍ତି। ଉର୍ଫିଙ୍କ ଚେହେରା ମଳିନ ପଡ଼ିଯାଇଛି, ଯାହାକୁ ଦେଖି ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସେ ଜଲ୍‌ଦି ସୁସ୍ଥ ହୋଇଯିବା ନେଇ କାମନା କରୁଛନ୍ତି। ସବୁବେଳେ ନିଜର ବୋଲ୍ଡନେସ୍‌ ଦ୍ୱାରା ଲୋକଙ୍କୁ ମତୁଆଲା କରୁଥିବା ଉର୍ଫି ଏବେ ଅସୁସ୍ଥ ହେବା ଖବର ଶୁଣି ଫ୍ୟାନମାନେ ଦୁଃଖି ଅଛନ୍ତି।

କହି ରଖୁଛୁ, କିଛି ଦିନ ତଳେ ଉର୍ଫି ଜାଭେଦ ଏକ ଅଦ୍ଭୁତ ଡ୍ରେସ୍‌ରେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ହୋସ୍‌ ଉଡ଼ାଇ ଦେଇଥିଲେ। ସେ ବେକରେ ହଳଦିଆ ରଙ୍ଗର ଟ୍ରାଏଙ୍ଗଲ ଶେପ୍‌ର ଟପ୍‌ ଲଟକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସବୁଥର ଭଳି ଉର୍ଫିଙ୍କର ଏହି ଲୁକ୍‌କୁ ମଧ୍ୟ ଲୋକେ ଟ୍ରୋଲ କରିଥିଲେ। ଜଣେ ତାଙ୍କ ଲୁକ୍‌କୁ ସିଙ୍ଗଡ଼ା ବୋଲି କହିଥିଲେ। ତେବେ ଉର୍ଫି ଅସୁସ୍ଥ ଥିବା ସତ୍ତ୍ୱେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.