ସମଲିଙ୍ଗୀ ବିବାହକୁ କେବେ ବି ଗ୍ରହଣ କରାଯାଇ ପାରିବ ନାହିଁ, କେବଳ ଦୁଇଜଣ ଜଜ୍‌ ଏହାର ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ : ଦିନକ ପୂର୍ବରୁ ସମ ଲିଙ୍ଗୀ ବିବାହ ଉପରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ତାଙ୍କର ମତ ଦେବା ପରେ ବିଜେପି ସାଂସଦ ଆଜି ଏହାକୁ ପାର୍ଲାମେଣ୍ଟରେ ଦୃଢ଼ ଭାବେ ବିରୋଧ କରିଛନ୍ତି । ଏଭଳି ଏକ ସାମାଜିକ ବ୍ୟବସ୍ଥା ଭିତ୍ତିକ ବିଷୟ ଉପରେ ଦୁଇ ଜଣ କେବଳ ନିଷ୍ପତ୍ତି ନେଇ ପାରିବେ ନାହିଁ ।

ବିଜେପି ରାଜ୍ୟ ସଭା ସାଂସଦ ସୁଶିଲ ମୋଦି ପାର୍ଲାମେଣ୍ଟର ଜିରୋ ଆଓ୍ଵାରରେ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, କିଛି ନରମ ପନ୍ଥୀ କର୍ମୀ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତଃ କରିବାକୁ ଚେଷ୍ଟା କରୁଛନ୍ତି । ଦେଶର ଏଭଳି ଏକ ସାଂସ୍କୃତିକ ଭାବନା ଉପରେ ଦୁଇ ଜଣ ଜଜ୍‌ଙ୍କ ନିର୍ଦ୍ଦେଶ ଗ୍ରହଣଯୋଗ୍ୟ ନୁହେଁ ।

ମୁଁ ଭାରତରେ ସମଲିଙ୍ଗୀ ବିବାହକୁ ଦୃଢ଼ ବିରୋଧ କରୁଛି । ଏହାକୁ କୌଣସି ପ୍ରକାରେ ଗ୍ରହଣ କିମ୍ବା ଆଇନସମ୍ମତ କରାଯିବ ନାହିଁ କୌଣସି ଆଇନରେ ହେଉ ପଛେ । ସମଲିଙ୍ଗୀ ବିବାହ ଦେଶର ପର୍ସନାଲ ଲ’ ଭାଙ୍ଗିରୁଜି ପକାଇବ । ତେଣୁ ସରକାର ସମଲିଙ୍ଗୀ ବିବାହକୁ ଦୃଢ଼ ଭାବେ କୋର୍ଟରେ ବିରୋଧ କରୁ ।

ଏପରି ଏକ ସାମାଜିକ ବିଷୟ ଉପରେ କେବଳ ଦୁଇଜଣ ଜଜ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ । ଏହାକୁ ନେଇ ପାର୍ଲାମେଣ୍ଟରେ ଏକ ଡିବେଟ କରାଯିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ବିହାର ଉପ ମୁଖ୍ୟ ମନ୍ତ୍ରୀ ତଥା ବିଜେପି ସାଂସଦ ସୁଶିଲ ମୋଦି କହିଛନ୍ତି ।

ସୁପ୍ରିମକୋର୍ଟ ୨୦୧୮ ମସିହାରେ ସମଲିଙ୍ଗୀ ବିବାହକୁ ବ୍ୟାନ କରିବା ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ତେବେ ସମଲିଙ୍ଗୀ ବିବାହକୁ ଗ୍ରହଣ କରିବା ପାଇଁ ୪ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସେତେବେଳେ କେନ୍ଦ୍ର ସରକାର ଏହାକୁ ବରୋଧ କରିବା ସହ କୋର୍ଟ ଏଥିରୁ ବିରତ ରହିବା ସହ ଏହାର ନିଷ୍ପତ୍ତି ପାଇଁ ପାର୍ଲାମେଣ୍ଟ ଉପରେ ଛାଡିଦେବାକୁ କେନ୍ଦ୍ର ସରକାର କହିଥିଲେ ।
ବିବାହ ଏକ ବର୍ଷାନୁକ୍ରମିକ ପ୍ରଥା ଓ ପରମ୍ପରା । ସମଲିଙ୍ଗୀ ସମ୍ପର୍କ ସହିତ ଭାରତୀୟ ପରିବାର ବ୍ୟବସ୍ଥାକୁ କେବେ ବି ତୁଳନା କରାଯାଇ ପାରିବ ନାହିଁ,ଯେଉଁଠି ଜଣେ ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କ କଥା କୁହାଯାଇଛି ।

ଭାରତରେ ବିବାହ ହେଉଛି, ଜଣେ ଜୈବିକ ପୁରୁଷ ଓ ଜୈବିକ ନାରୀ ମଧ୍ୟରେ ଥିବା ଇଶ୍ୱର ପ୍ରଦତ୍ତ ଅନୁଷ୍ଠାନ । ସମଲିଙ୍ଗୀ ବିବାହ ନେଇ କେନ୍ଦ୍ର ସରକାର ତାଙ୍କର ମତ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ଜାନୁଆରୀ ୬ ଯାଏ ସମୟ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.