ଏମିତି ସହଜ ଉପାୟରେ ବନାନ୍ତୁ କଢ଼ାଇ ଭେଣ୍ଡୀ, ସ୍ୱାଦ ହେବ ଲାଜବାବ୍‌

ଭଲ ଭଲ ଖାଦ୍ୟ ଖାଇବାର ସଉକ ଅଧିକାଂଶ ଲୋକଙ୍କର ରହିଛି । ଆଜି ଆମେ ଆପଣଙ୍କୁ କମ ସମୟରେ ପ୍ରସ୍ତୁତି କରି ପାରୁଥିବା କଢ଼ାଇ ଭେଣ୍ଡି ରେସିପି ବିଷୟରେ କହିବୁ । ଯାହାକୁ ଅତି କମ ସମୟରେ ପ୍ରସ୍ତୁତ କରିପାରିବେ ।

୫ ଜଣଙ୍କ ପାଇଁ ଆବଶ୍ୟକ ସାମଗ୍ରୀ

୫୦୦ ଗ୍ରାମ ଭେଣ୍ଡି, ୨-୩ କଟା ପିଆଜ, ୧ ଟମାଟର, ୧ ଛୋଟ ଚାମଚ ଅଦା-ରସୁଣ ପେଷ୍ଟ, ୧ ଛୋଟ ଚାମଚ ହଳଦୀ ପାଉଡର, ୧ ଚାମଚ ଧନିଆ ପାଉଡର, ୧ ଚାମଚ ଲାଲ ଲଙ୍କା ପାଉଡର, ୨ ବଡ଼ ଚାମଚ ତେଲ, ସ୍ୱାଦ ଅନୁସାରେ ଲୁଣ,

ପ୍ରସ୍ତୁତି ବିଧି

• ପ୍ରଥମେ ଭେଣ୍ଡିକୁ ଧୋଇକରି କାଟି ଦିଅନ୍ତୁ ।
• ଏବେ ଏକ କଢ଼ାଇରେ ତେଲ ଗରମ କରନ୍ତୁ, ଏଥିରେ ଭେଣ୍ଡିକୁ ଡିପ ଫ୍ରାଏ କରନ୍ତୁ
• ଏବେ ତେଲରେ ଜିରା ଓ କଟା ପିଆଜ ପକାଇ ଭାଜନ୍ତୁ ।
• ଏବେ କଟା ଟମାଟର ଓ ଅଦା-ରସୁଣ ପେଷ୍ଟ ପକାଇ ଭଲ ଭାବେ ରାନ୍ଧନ୍ତୁ ।
• ଏବେ ଏଥିରେ ମସଲା ପକାଇ ପୁଣି ଭାଜନ୍ତୁ ।
• ଏବେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତ ।
• ମସଲା ପ୍ରସ୍ତୁତ ହୋଇଗଲେ ଏଥିରେ ଭଜା ଭେଣ୍ଡି ପକାନ୍ତୁ ।
• ଏହାକୁ ୨-୩ ମିନିଟ ଯାଏ ଢ଼ାଙ୍କି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କଢ଼ାଇ ଭେଣ୍ଡି । ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.