Below header

ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଘଟଣାରେ ବୟାନ ରେକର୍ଡ କରିଛି ପୋଲିସ । ଜଗତସିଂହପୁର ଥାନାରେ ୫ ଘଣ୍ଟା ଧରି ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ ଚାଲିଛି। ମହିଳା ଆଡିସନାଲ ଆଇଆଇସିଙ୍କ ସମେତ ଏସଡିପିଓ, ଆଡିସନାଲ ଏସ୍‌ପି, ଜଗତସିଂହପୁର ଥାନା ଆଇଆଇସିଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେଉଛି। ଏହାସହ ବୟାନର ଭିଡିଓଗ୍ରାଫି କରିଛି ପୋଲିସ ।

ଖୁବଶୀଘ୍ର ବୟାନ ରେକର୍ଡ ପାଇଁ ବିଧାୟକ ବିଜୟ ଶଙ୍କରଙ୍କୁ ଡାକିପାରେ ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ କିପରି ଶାରୀରିକ ସମ୍ପର୍କ ରଖିଥିଲେ, କେମିତି ପ୍ରତାରଣା କରୁଥିଲେ ଓ ଧମକ ଦେଉଥିଲେ ସେନେଇ ସୋମାଲିକା ବୟାନ ଦେଉଛନ୍ତି । ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.