ବୁଦାମୂଳେ କିଏ ଛାଡ଼ିଗଲା ଶିଶୁ ପୁତ୍ରକୁ, ମୃତଦେହ ଉଦ୍ଧାର
କ ଶାହାଡ଼ା ଗଛ ମୂଳରୁ ଶିଶୁପୁତ୍ରର ମୃତଦେହ ମିଳିଛି । ମୃନବଜାତକୁ ମୃତ କିମ୍ବା ଜୀବିତ ଅବସ୍ଥାରେ ସେଠାରେ ଛାଡି ଦିଆଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାଙ୍ଗିରିପୋଷି (କେନ୍ୟୁଜ୍) : ମୃତ ନବଜାତକୁ ନେଇ ଚାଞ୍ଚଲ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମ ପଞ୍ଚାୟତରେ । ଏଠାକାର ରୋଳାସାହି ଗାଁ ନିକଟ ବିଲ ଭିତରେ ଥିବା ଏକ ଶାହାଡ଼ା ଗଛ ମୂଳରୁ ଶିଶୁପୁତ୍ରର ମୃତଦେହ ମିଳିଛି । ମୃତ ଶିଶୁର ନାଭିରେ ଡାକ୍ତରଖାନାର କ୍ଲାମ୍ପ ରହିଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ମୃତ କିମ୍ବା ଜୀବିତ ଅବସ୍ଥାରେ ସେଠାରେ ଛାଡି ଦିଆଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଜି ସକାଳେ ଗୋରୁ ଚରାଳିମାନେ ପିଲାଟିକୁ ଦେଖି ପ୍ରଥମେ ଝାରପୋଖରିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ପଠାଇ ଦେଇଛନ୍ତି । ତେବେ ଏଠାକୁ ନବଜାତକ ଶିଶୁ କିପରି ଆସିଲା ଏବଂ କିଏ କାହିଁକି ଛାଡି ଦେଇ ଚାଲିଗଲା ସେନେଇ ଅଧିକ ତଦନ୍ତ କରୁଛି ଝାରପୋଖରିଆ ପୋଲିସ୍ ।