ଏଲ୍-ନିନୋର ପ୍ରଭାବ; ଚଳିତ ବର୍ଷ ଭୟଙ୍କର ଉତ୍ତାପରେ ସିଝିବେ ସମଗ୍ର ବିଶ୍ୱବାସୀ!

ଚଳିତ ବର୍ଷ ଭୟଙ୍କର ଉତ୍ତାପରେ ସିଝିବେ ସମଗ୍ର ବିଶ୍ୱବାସୀ। ଏହା ସହିତ ଦେଶରେ ବର୍ଷା ମଧ୍ୟ ଦୁର୍ବଳ ହୋଇପାରେ। ଏହାର କାରଣ ହେଉଛି ଏଲ୍-ନିନୋ (El-Nino)।

ଚଳିତ ବର୍ଷ ଭୟଙ୍କର ଉତ୍ତାପରେ ସିଝିବେ ସମଗ୍ର ବିଶ୍ୱବାସୀ। ଏହା ସହିତ ଦେଶରେ ବର୍ଷା ମଧ୍ୟ ଦୁର୍ବଳ ହୋଇପାରେ। ଏହାର କାରଣ ହେଉଛି ଏଲ୍-ନିନୋ (El-Nino)। ଆମେରିକାର ମହାକାଶ ଏଜେନ୍ସି ‘ନାସା’ ସେଣ୍ଟିନେଲ-୬ ମାଇକେଲ ଫ୍ରିଲିଶ୍‌ ଉପଗ୍ରହ ମାଧ୍ୟମରେ ପୃଥିବୀରେ ଗରମ ତରଙ୍ଗ ପ୍ରବାହିତ ହେଉଥିବାର ଦେଖିବାକୁ ପାଇଛି। ଏହି ତରଙ୍ଗଗୁଡ଼ିକ ପରେ ଏଲ୍-ନିନୋ ହୋଇଯାଏ। ଏଗୁଡ଼ିକୁ କେଲଭିନ୍‌ େଓ୍ଵଭ୍‌ସ (ତରଙ୍ଗ) କୁହାଯାଏ।

ନାସା ଏଲ୍-ନିନୋର ଗରମ ତରଙ୍ଗକୁ ମହାକାଶରୁ ହିଁ କ୍ୟାପ୍‌ଚର କରିଥିଲା। ପ୍ରଶାନ୍ତ ମହାସାଗରରେ ଗରମ ପାଣିର ଏକ ତରଙ୍ଗ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳରୁ ପୂର୍ବ ଆଡକୁ ବାହାରିଥିଲା। ଏହା ମାର୍ଚ୍ଚ-ଏପ୍ରିଲ୍‌ର ଘଟଣା। ସାଟେଲାଇଟ୍ ଏହି ଫଟୋକୁ ୨୦୨୩ ଏପ୍ରିଲ ୨୪ରେ ନେଇଥିଲା।

ଉପଗ୍ରହରୁ ପ୍ରାପ୍ତ ଫଟୋ ଅନୁସାରେ, ଏହି କେଲଭିନ୍‌ ତରଙ୍ଗ ପ୍ରଶାନ୍ତ ମହାସାଗରରେ ଭାରତ ଆଡକୁ ଗତି କରୁଛି। କେବଳ ଭାରତ ନୁହେଁ, ସମଗ୍ର ଏସିଆ ଆଡକୁ ଏହା ମୁହାଁଉଛି। ଏହି ତରଙ୍ଗଗୁଡ଼ିକର ଉଚ୍ଚତା ମାତ୍ର ୨ରୁ ୪ ଇଞ୍ଚ ଥିବାବେଳେ ଚଉଡ଼ା କିନ୍ତୁ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏଗୁଡ଼ିକୁ ଏଲ୍-ନିନୋ ପୂର୍ବରୁ ଆସୁଥିବା ତରଙ୍ଗ ଭାବରେ ଜଣାଯାଇଥାଏ।

ଜେଟ୍ ପ୍ରୋପଲସନ୍‌ ଲାବୋରେଟୋରୀରେ ସେଣ୍ଟିନେଲ୍-୬ ମାଇକେଲ୍ ଫ୍ରିଲିଶ୍‌ ଉପଗ୍ରହରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଜୋସ୍ ୱିଲିସ୍ କହିଛନ୍ତି ଯେ ଆମେ ଏହି ଏଲ୍-ନିନୋ ଉପରେ ନଜର ରଖିଛୁ। ଯଦି ଏହା ବଡ଼ ତରଙ୍ଗରେ ପରିଣତ ହୁଏ, ତେବେ ସମଗ୍ର ବିଶ୍ୱକୁ ଭୟଙ୍କର ଉତ୍ତାପର ସମ୍ମୁଖୀନ ହେବାକୁ ପଡିବ।

ଏଲ୍‌-ନିନୋ ପ୍ରକୃତରେ ENSO ଜଳବାୟୁ ଚକ୍ରର ଏକ ଅଂଶ। ଏହା ଭୂମଧ୍ୟ ରେଖାରେ ପୂର୍ବ ଦିଗରେ ଚାଲୁଥିବା ଗରମ ପବନ, ଯାହା ପ୍ରଶାନ୍ତ ମହାସାଗରର ପୃଷ୍ଠକୁ ଗରମ କରେ। ଏହି ଗରମ ପାଣି ପୁଣି ଆମେରିକାରୁ ଏସିଆ ଆଡ଼କୁ ଗତି କରେ। ଯେମିତି ଯେମିତି ଗରମ ପାଣି ଦ୍ରୁତ ଗତିରେ ଆଗକୁ ବଢ଼େ, ତ ଉତ୍ତାପ ବଢ଼ିଯାଏ। ଏହା ସ୍ଥାନରେ ତଳୁ ଥଣ୍ଡା ପାଣି ଆସିଥାଏ ଏବଂ ପରେ ଏହା ବି ଗରମ ହୋଇ ଆଗକୁ ବଢ଼ିଥାଏ।

୨୦୨୩ ମେ’ ୧୧ରେ National Oceanic and Atmospheric Administration (NOAA) କହିଥିଲା ଯେ ଚଳିତ ବର୍ଷ ଏଲ୍ ନିନୋ ଆସିବାର ୯୦ ପ୍ରତିଶତ ସମ୍ଭାବନା ଅଛି। ଏହା ଉତ୍ତର ଗୋଲାର୍ଦ୍ଧର ଶୀତ ଋତୁକୁ ମଧ୍ୟ ପ୍ରଭାବିତ କରିବ। ଏହି କାରଣରୁ ସମୁଦ୍ରର ତାପମାତ୍ରା ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଅତ୍ୟଧିକ ତୀବ୍ର ଏଲ୍ ନିନୋ ଆସିବାର ୫୫ ପ୍ରତିଶତ ସମ୍ଭାବନା ଅଛି। ଏହାଦ୍ୱାରା ତାପମାତ୍ରା ଦେଢ଼ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.