Below header

ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ମନମୋହନ ସାମଲ । ରାଜ୍ୟରେ ବିଜେପି ସଂଗଠନ ନେଇ ଦୁଇ ନେତା ଆଲୋଚନା କରିଥିବା ସୂଚନା ମିଳିଛି । ମନମୋହନ ଓ ନଡ୍ଡାଙ୍କ ଭିତରେ ଆଲୋଚନା ପରେ ଆଗକୁ ରାଜ୍ୟ ସଂଗଠନରେ ପରିବର୍ତ୍ତନ ହେବ କି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ନଡ୍ଡା-ମନମୋହନ ଭେଟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଆଜି ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଛନ୍ତି । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ମନମୋହନ ସାମଲ । ରାଜ୍ୟରେ ବିଜେପି ସଂଗଠନ ନେଇ ଦୁଇ ନେତା ଆଲୋଚନା କରିଥିବା ସୂଚନା ମିଳିଛି । ମନମୋହନ ଓ ନଡ୍ଡାଙ୍କ ଭିତରେ ଆଲୋଚନା ପରେ ଆଗକୁ ରାଜ୍ୟ ସଂଗଠନରେ ପରିବର୍ତ୍ତନ ହେବ କି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଓ ସଂଗଠନକୁ କିଭଳି ସୁଦୃଢ କରାଯିବ ସେନେଇ ଆଲୋଚନା ହୋଇଛି ।

ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଉପନିର୍ବାଚନ ଲଢ଼ିଥିଲା ବିଜେପି । ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା । ୪୮ହଜାର ୭୨୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କଠାରୁ ହାରିଥିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଝାରସୁଗୁଡ଼ାରେ ବିଜେଡି ପାଖାପାଖି ୬୧ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଥିଲା ୩୩.୨ ପ୍ରତିଶତ ଭୋଟ୍‌ । ବିଜେଡି ଭୋଟ୍‌ ସେୟାର ୫ ପ୍ରତିଶତ ବଢ଼ିଛି । ବିଜେପି ଭୋଟ୍‌ ହାର ବଢ଼ିଥିଲା ପାଖାପାଖି ୩.୨୪ ପ୍ରତିଶତ । ଭୋଟ୍‌ ସେୟାର ହାର ବ୍ୟବଧାନ ଓଡ଼ିଶାରେ ହ୍ରାସ କରିବା ନେଇ କଣ କରାଯିବ ସେନେଇ ବିସ୍ତତ ଭାବରେ ଆଲୋଚନା କରିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.