ବୟସ ବଢିବା ସହ ପ୍ରତିଦିନ ବଢୁଛି କି ପିଠି ଯନ୍ତ୍ରଣା? ତେବେ ଆପଣାନ୍ତୁ ଏହି ଉପାୟ

ଆମ ଜୀବନରେ ପିଠି ଯନ୍ତ୍ରଣା ହେବାର ପ୍ରାୟ ୮୪ ପ୍ରତିଶତ ସମ୍ଭାବନା ଅଛି। ଅନେକ ଥର ଲୋକ ପିଠି ଯନ୍ତ୍ରଣାକୁ ଜୀବନଶୈଳୀର ଏକ ଅଂଶ କରି ଏହାକୁ ଅଣଦେଖା କରନ୍ତି।

ଆଜିକାଲି ସମସ୍ତଙ୍କ ପାଇଁ ମୁଣ୍ଡବିଥ୍ୟାର କାରଣ ପାଲଟିଛି ଅଣ୍ଟା ଏବଂ ପିଠି ଯନ୍ତ୍ରଣା। ପିଠି ଯନ୍ତ୍ରଣା କେବଳ ବଢୁଥିବା ବୟସର ଲୋକଙ୍କଠାରେ ନୁହେଁ ବରଂ ଯୁବକମାନଙ୍କଠାରେ ମଧ୍ୟ ଦେଖିବାରୁ ମିଳୁଛି। ଆମ ଜୀବନରେ ପିଠି ଯନ୍ତ୍ରଣା ହେବାର ପ୍ରାୟ ୮୪ ପ୍ରତିଶତ ସମ୍ଭାବନା ଅଛି। ଅନେକ ଥର ଲୋକ ପିଠି ଯନ୍ତ୍ରଣାକୁ ଜୀବନଶୈଳୀର ଏକ ଅଂଶ କରି ଏହାକୁ ଅଣଦେଖା କରନ୍ତି। ଅଧିକ ସମୟ ଧରି ବସି ରହିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁଁ ଅନେକ ଲୋକ ପିଠି ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ। ଦୀର୍ଘ ସମୟ ଧରି ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ କାମ କରିବା ଦ୍ୱାରା ପ୍ରାୟତଃ ସମସ୍ତେ ଏହି ସମସ୍ୟାରେ ଗତି କରୁଛନ୍ତି। ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍ କିଲର୍ ବ୍ୟବହାର କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ ଏହି ସମସ୍ୟାକୁ ଦୂର କରିବାର ଉପାୟ ଜଣାଇବୁ :

ଯନ୍ତ୍ରଣା ହେଉଥିବା ସ୍ଥାନରେ ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ।

ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ ।

ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ ।

ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ବୋଲି ଚିକିତ୍ସକମାନେ ପରାମର୍ଶ କହିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.