Below header

ଅଧିକାଂଶ ବିବାହ ବିଚ୍ଛେଦ ପାଇଁ ପ୍ରେମ ବିବାହ ଦାୟୀ, ମାମଲାରେ ମଧ୍ୟସ୍ଥତା କରିବାକୁ କୋର୍ଟଙ୍କ ପରାମର୍ଶ

ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ। ମାମଲା ପ୍ରେମ ବିବାହ ରହିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ପ୍ରେମ ବିବାଦରେ ଅଧିକାଂଶ କ୍ଷେତ୍ରରେ ବିବାହ ବିଚ୍ଛେଦ ଘଟୁଥିବା ନେଇ କହିଛନ୍ତି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିକ ସଞ୍ଜୟ କୌଲ।

କେନ୍ୟୁଜ୍(ବ୍ୟୁରୋ):  ଅଧିକାଂଶ ବିବାହ ବିଚ୍ଛେଦ ପାଇଁ ପ୍ରେମ ବିବାହ ଦାୟୀ। ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ। ମାମଲା ପ୍ରେମ ବିବାହ ରହିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ପ୍ରେମ ବିବାଦରେ ଅଧିକାଂଶ କ୍ଷେତ୍ରରେ ବିବାହ ବିଚ୍ଛେଦ ଘଟୁଥିବା ନେଇ କହିଛନ୍ତି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିକ ସଞ୍ଜୟ କୌଲ।

କୋର୍ଟ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ପତିଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ତେବେ ବିନା ତାଙ୍କ ସହମତିରେ ତତ୍କାଳ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇପାରିବେ ବୋଲି ସ୍ପଷ୍ଟ କରିଥିଲେ ଖଣ୍ଡପୀଠ। ମେ ୨ ତାରିଖରେ ବିବାହ ବିଚ୍ଛେଦ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ। ସମ୍ବିଧାନର ଅନୁଚ୍ଛେଦ ୧୪୨ (୧) ଅନୁଯାୟୀ ତତ୍କାଳ ଛାଡ଼ପତ୍ର ଦେଇ ବିବାହକୁ ଅନ୍ତ କରାଯାଇପାରିବ ବୋଲ କହିଥିଲେ କୋର୍ଟ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.