କାଲିଠୁ ପୁରୀ-ହାଓ୍ଵଡା ଭିତରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚୁଆଲରେ ଶ୍ରୀକ୍ଷେତ୍ରରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଦ୍ରୁତଗାମୀ ଟ୍ରେନ୍‌ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶ୍ରୀକ୍ଷେତ୍ରରୁ ଶୁଭାରମ୍ଭ ହେବ । ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀରୁ ହାଓ୍ଵଡାକୁ ଲାଗିବ ମାତ୍ର ୬ ଘଣ୍ଟା । ପୁରୀରୁ ଖୋର୍ଦ୍ଧା ଘଣ୍ଟାପ୍ରତି ବେଗ ୧୧୦ କିମି ଓ ଖୋର୍ଦ୍ଧା ପରଠୁ ୧୩୦ କିମି ବେଗରେ ଟ୍ରାକରେ ଗଡ଼ିବ । ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ଡିଜାଇନ ହୋଇଥିବା ସେମି ହାଇସ୍ପିଡ୍‌ ଟ୍ରେନ । ଏଥିରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ଟ୍ରେନର ସିଟ୍‌ ବିମାନରେ ଥିବା ସିଟ୍‌ ଭଳି । ଯାତ୍ରା ଆରାମଦାୟକ ହେବ । ଦୁର୍ଘଟଣା ଏଡାଇବାକୁ ଟ୍ରେନରେ କବଚ ବ୍ୟବସ୍ଥା ରଖାଯାଇଛି ।

ବନ୍ଦେ ଭାରତ ଏକ୍ସପ୍ରେସ ସହ ଅନେକ ରେଳ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ବି ରହିଛି । ପୁରୀ ଓ କଟକ ରେଳ ଷ୍ଟେସନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ପକାଇବେ ପ୍ରଧାନମନ୍ତ୍ରୀ । ବିଛୁପାଲୀ-ଝର୍ତ୍ତଭା ନୂଆ ରେଲେଓ୍ଵ ଲାଇନର ଶୁଭାରମ୍ଭ କରିବେ । ସମ୍ବଲପୁର-ଟିଟିଲାଗଡ଼ ଡବଲା ଲାଇନ୍‌, ଅନୁଗୁଳ-ସୁକିନ୍ଦ ନୂଆ ଲାଇନ୍‌, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ତୃତୀୟ ଲାଇନ୍‌ ଶତପ୍ରତିଶତ ବିଦ୍ୟୁତୀକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

 ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି । କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ଏକାଠୀ ହେଉଛନ୍ତି ଦୁଇ ଦଳର ସୁପ୍ରିମ ଲିଡର ଓ ନେତା । ଯେତେବେଳେ କେନ୍ଦ୍ର ଓ ରାଜ୍ୟର ସହଭାଗିତା କଥା ଆସୁଛି ସେତେବେଳେ ଉଭୟ ସରକାର ମଧ୍ୟରେ ଉତ୍ତମ ସମନ୍ଵୟ ଦେଖିବାକୁ ମିଳୁଛି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ କରିଥିଲେ ଆଲୋଚନା । ସେହିପରି ଭୁବନେଶ୍ୱର କଳାଭୂମିରେ ଆୟୋଜିତ G-20 ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀ ଓ ନିତ୍ୟାନନ୍ଦ ରାୟଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.