ସକାଳ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ,ଦିନ ୧୨ଟା ବେଳେ ୱେବସାଇଟରେ ହେବ ଉପଲବ୍ଧ

www.bseodisha.ac.inରେ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ସେହିପରି ଏସଏମଏସ୍‌ ଜରିଆରେ ବି ରେଜଲ୍ଟ ଜାଣିପାରିବେ । କାଲି ଷ୍ଟେଟ୍‌ ଓପନ୍‌ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ବି ପ୍ରକାଶ ପାଇବ ।

କେନ୍ୟୁଜ୍(ବ୍ୟୁରୋ): କାଲି ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷାଫଳ ବାହାରିବ । ଦିନ ୧୨ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । www.bseodisha.ac.inରେ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ସେହିପରି ଏସଏମଏସ୍‌ ଜରିଆରେ ବି ରେଜଲ୍ଟ ଜାଣିପାରିବେ । କାଲି ଷ୍ଟେଟ୍‌ ଓପନ୍‌ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ବି ପ୍ରକାଶ ପାଇବ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ । ଏପ୍ରିଲ୍‌ ୩ ତାରିଖଠାରୁ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.