Below header

ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ଖୋଜୁଛି ପୋଲିସ୍: ପରୀକ୍ଷା ପାଇଁ କରାଯିବ ନମୁନା ସଂଗ୍ରହ,ଫିଙ୍ଗରପ୍ରିଣ୍ଟ ମ୍ୟାଚ୍‌ ପରେ ପରିଚୟ ମିଳିବା ଆଶା

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ଧାରୁଆରେ ଉଦ୍ଧାର ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ଖୋଜୁଛି ପୋଲିସ । ଘଟଣାକୁ ୧ ସପ୍ତାହ ବିତିଯାଇଥିଲେ ମଧ୍ୟ ଏଯାଏଁ ପୋଲିସ ହାତରେ କୌଣସି ଠୋସ୍‌ ପ୍ରମାଣ ଲାଗିପାରିନାହିଁ । ମହିଳାଙ୍କ ପରିଚୟ ଜାଣିବାକୁ ଡିଏନ୍‌ଏ ପରୀକ୍ଷା ପାଇଁ ମୃତଦେହରୁ ନଖ ଓ ରକ୍ତ ନମୁନା ସଂଗ୍ରହ କରାଯିବ । ଯଦି କୌଣସି ଜାଗାରେ କଟାମୁଣ୍ଡ ମିଳେ କିମ୍ବା କେହି ମୃତଦେହକୁ ଦେଖିବା ପରେ ଦାବିଦାର ହୁଅନ୍ତି ତାହେଲେ ସେହି କ୍ଷେତ୍ରରେ ଡିଏନ୍‌ଏ ମେଳ କରାଯିବ ।

ଅନ୍ୟପଟେ ମୃତଦେହରୁ ସଂଗ୍ରହ କରାଯାଇଥିବା ଫିଙ୍ଗର ପ୍ରିଣ୍ଟ ନେଇ ଆଧାର ଯାଞ୍ଚ ହେବ । ଏଥିପାଇଁ କୋର୍ଟରେ ଆବେଦନ କରିବ କମିଶନରେଟ୍‌ ପୋଲିସ । ହାଇକୋର୍ଟ କିମ୍ବା ଉପରିସ୍ଥ କୋର୍ଟରେ ଆବେଦନ କରିବ ପୋଲିସ । କୋର୍ଟ ଅନୁମତି ଦେଲେ ଫିଙ୍ଗର ପ୍ରିଣ୍ଟ ନେଇ ଆଧାର ଯାଞ୍ଚ ହେବ । ଆନ୍ଧ୍ରପ୍ରଦେଶ, ବିହାର ଓ ଝାଡଖଣ୍ଡସୀମାରେ ଥିବା ନିଖୋଜ ମହିଳାଙ୍କ ସମ୍ପର୍କରେ ଯାଞ୍ଚ ଚଳାଇଛି ପୋଲିସ ।

ମହିଳାଙ୍କ ପରିଚୟ ପାଇଁ ସମସ୍ତ ତଥ୍ୟ ଦେଇ ସର୍ବସାଧାରଣରେ ପୋଷ୍ଟର ଲାଗିଛି । ଏବେ ମହିଳାଙ୍କ ପରିଚୟ ପାଇଁ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଥାନା ଅଞ୍ଚଳରେ ୪୦ରୁ ଅଧିକ ମହିଳାଙ୍କ ନିଖୋଜ ସମ୍ପର୍କରେ ଯାଞ୍ଚ ସରିଲାଣି । କିନ୍ତୁ ଏଯାଏଁ ଜଣାପଡିନି ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.