Below header

ନିର୍ବାଚନ ପାଇଁ ଓଡ଼ିଶା ପୋଲିସ ଫୋକସରେ ମାଓ ଅଧ୍ୟୁଷିତ ଜିଲ୍ଲା, ମୁତୟନ ହେବେ ୨୯ କଂପାନୀ କେନ୍ଦ୍ରୀୟ ଫୋର୍ସ

ପାଖେଇ ଆସୁଛି ନିର୍ବାଚନ । ସଜାଗ ଓଡ଼ିଶା ପୋଲିସ । ଫୋକସ୍‌ରେ ମାଓ ଅଧ୍ୟୁଷିତ ଜିଲ୍ଳା । କିଛି ସ୍ଥାନରେ ନିର୍ବାଚନକୁ ବିରୋଧ କରି ମାଓବାଦୀ ଲଗାଇଛନ୍ତି ପୋଷ୍ଟର । ଏଥିପାଇଁ ଲାଲ ବାହିନୀ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ନିର୍ବାଚନ ବେଳେ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୯ କମ୍ପାନୀ ଫୋର୍ସ ଯୋଗାଇ ଦିଆଯିବ । ସମସ୍ତ ଫୋର୍ସ ମାଓ ଅଧୁଷିତ ଜିଲ୍ଲାରେ ମୁତୟନ ହେବେ । ରାଜ୍ୟ ତଥା ପଡୋଶୀ ରାଜ୍ୟର ଅପରାଧିଙ୍କ ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି ।ଟ୍ଟ

ସେପଟେ ସୀମାନ୍ତବର୍ତ୍ତୀ ଜିଲ୍ଲାର ପୋଲିସ ବି ସଜାଗ । ମାଲକାନଗିରି ଠାରୁ ଆରମ୍ଭ କରି କୋରାପୁଟ ଯାଇ ସବୁଠି ପୋଲିସ ପ୍ରସ୍ତୁତ ସରିଛି । ପଡ଼ୋଶୀ ରାଜ୍ୟ ପୋଲିସ ସହ ଯୋଗାଯୋଗରେ ଅଛିି ଓଡ଼ିଶା ପୋଲିସ । ବେଆଇନ ଟଙ୍କା କାରବାର, ଡ୍ରଗ୍ସ କାରବାର, ବିସ୍ଫୋରକ ସାମଗ୍ରୀ ଚାଲାଣକୁ କିପରି ରୋକାଯିବ ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।ଟ୍ଟ

ସାଧାରଣ ନିର୍ବାଚନକୁ ଆଖିରେ ରଖି କିଛି ଦିନ ପୂର୍ବରୁ ଆନ୍ତଃରାଜ୍ୟ ପୋଲିସ ସମନ୍ଵୟ ବୈଠକ ବସିଥିଲା । ଏଥିରେ ଯୋଗଦେଇଥିଲେ ପଡ଼ୋଶୀ ୫ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ସହ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.