ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ । ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଯୋଗାଣ ବିଭାଗ ଏବଂ ମାପ ଓଜନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ସତ୍ୟବାଦୀ ସ୍ଥିତ ରିଆ ଗ୍ୟାସ୍‌ ଏଜେନ୍ସିରେ ଅନିୟମିତତା ଯୋଗୁଁ ମାପ ଓଜନ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଅପମିଶ୍ରଣ ଓ ମିଟର ଟ୍ୟାମ୍ପରିଂ ଭଳି ଅନିୟମିତତା ଅଭିଯୋଗ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.