ମୁମ୍ବାଇରେ ଫୁଟଓଭର ବ୍ରିଜ ଭୁଷୁଡିବା ଘଟଣା, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ଓ ୩୦ରୁ ଅଧିକ ଆହତ

ମୁମ୍ବାଇ : ମୁମ୍ବାଇର ସିଏସ୍‌ଟି ରେଳଷ୍ଟେସନକୁ ସଂଯୋଗକାରୀ ଫୁଟଓଭର ବ୍ରିଜ ଭୁଷୁଡିବା ଘଟଣାରପେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସେଣ୍ଟ ଜର୍ଜ ଓ ଜିଟି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି। ଛତ୍ରପତି ଶିବାଜୀ ଟର୍ମିନସର ୧ନଂ ପ୍ଲାଟଫର୍ମ ଓ ବିଟିଲେନର ଟାଇମ ଅଫ ଇଣ୍ଡିଆ ବିଲ୍‌ଡିଂ ନିକଟକୁ ସଂଯୋଗକାରୀ ଫୁଟଓଭର ବ୍ରିଜ ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫର ଏକ ଦଳ ପହଞ୍ଚି ଉଦ୍ଧାର କରିଥିଲେ । FOOT-4

ଫୁଟଓଭର ଭୁଶୁଡ଼ିବାରୁ ଏହା ତଳେ ଥିବା ଅନେକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ରେଲବାଇ ଓ ବିଏମସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ବିନୋଦ ତାୱଡେ କହିଛନ୍ତିି। ଏହା ସୁରକ୍ଷିତ ଅବସ୍ଥାରେ ଥିବା ବେଳେ କିପରି ଭୁଶୁଡ଼ିଲା ତାର ତଦନ୍ତ କରିବେ ରେଳବାଇ ଓ ବିଏମସି। ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ।

FOOT-3

ଦେଖନ୍ତୁ ଭିଡିଓ : ସୌଜନ୍ୟ ଟାଇମ୍ସ ଅଫ୍‌ ଇଣ୍ଡିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.