Below header

ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା କରିବ ପୋଲିସ, ପ୍ରଥମ ପର୍ଯ୍ୟାୟରେ ୬ଟି ପିସିଆର ଗାଡିକୁ ମିଳିଲା ଫାଷ୍ଟ ଏଡ ବକ୍ସ

ଭୁବନେଶ୍ବର : ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା କରିବ ପୋଲିସ । ଏଭଳି ନୂଆ ତରିକା ଆପଣେଇଛି କମିଶନରେଟ ପୋଲିସ । ଆଜି ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୬ଟି ପିସିଆର ଗାଡିରେ କମିଶନରେଟ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଛି ଫାଷ୍ଟ ଏଡ ବକ୍ସ। ଦୁର୍ଘଟଣାରେ ଆହତମାନଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ରଖିଛି ପୋଲିସ । କମିଶନରେଟ ପୋଲିସର ରିପୋର୍ଟ ଅନୁସାରେ, ଗତବର୍ଷ ଭୁବନେଶ୍ୱରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି । ତେଣୁ ସଙ୍ଗେସଙ୍ଗେ ଚିକିତ୍ସା କଲେ ଏହାକୁ ରୋକାଯାଇ ପାରିବ ବୋଲି ଆଶା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.