ବିଲ ଭିତରୁ ମିଳିଲା ୩ ବର୍ଷ ଶିଶୁକନ୍ୟାର ମୃତଦେହ, ବଳି ଦେଇଥିବା ସନ୍ଦେହ

ଭୁବନେଶ୍ବର : ରାଜଧାନୀରେ ଅଭାନୀୟ ଘଟଣା । ବିଲ ଭିତରୁ ମିଳିଲା ୩ ବର୍ଷ ଶିଶୁକନ୍ୟାର ମୃତଦେହ । ମୃତ ଶିଶୁ ଦେହରେ କଟା ଦାଗ ଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଗାଡକଣ ଗାଁରେ । ଶିଶୁଟିକୁ କେହି ବଳି ଦେଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଯାହା ଏବେ ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁର ପରିଚୟ ମିଳିନାହିଁ । ତେବେ ଶିଶୁଟିକୁ କିଏ ଓ କାହିଁକି ହତ୍ୟା କରି ଫିଙ୍ଗି ଦେଇଛି ସେନେଇ ପୋଲିସ ଆରମ୍ଭ କରିଛି ଖୋଳତାଡ ।

Leave A Reply

Your email address will not be published.