ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ତଥାଗତ ସତପଥୀ, ସାମ୍ବାଦିକତା ପ୍ରତି କରିବେ ଅଧିକ ଫୋକସ

ଭୁବନେଶ୍ବର : ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ତଥାଗତ ସତପଥୀ। ଏଭଳି ସଙ୍କେତ ଦେଇଛନ୍ତି ଢ଼େଙ୍କାନାଳ ସାଂସଦ। ସାମ୍ବାଦିକତା ପ୍ରତି ଅଧିକ ଫୋକସ କରିବେ ବୋଲି ତଥାଗତ କହିଛନ୍ତି। ଆଗକୁ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ତଥାଗତ କହିଛନ୍ତି, କେବଳ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରି ହେବ କହିବା ଭୁଲ୍। ରାଜନୈତିକ ପଦ ପଦବୀ ପାଇଁ ଆଉ ଲୋଭ ନାହିଁ। ଓଡ଼ିଆ ଭାଷା, ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କାମ କରିବି। ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିଲେ ଓ ତାଙ୍କ ଜୟନ୍ତୀରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସାଧାରଣ ନିର୍ବାଚକୁ ଆଉ ମାସ କେଇଟା ବାକି ଥିବା ବେଳେ ଅଚାନକ ତଥାଗତଙ୍କ ଏଭଳି ଘୋଷଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।