Below header

ସମୁଦ୍ରପଟୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ, ଏଥିଲାଗି ଦିଆଯାଉଛି ଟ୍ରେନିଂ

ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଜହରର ଭାଇ ମୁଫତି ଅବଦୁଲ ରୌଫଙ୍କ ସହ ୪୪ ଜଣଙ୍କୁ ଅଟକ ରଖିଛି ପାକିସ୍ତାନ। ଯେଉଁ ସଂଗଠନକୁ ବେଆଇନ ଘୋଷଣା କରାଯାଇଛି, ସେହି ସଂଗଠନ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପାକିସ୍ତାନ ଯୋଜନା କରୁଥିବା ଅନୁମାନ କରାଯାଉଛି।

ସେପଟେ ସମୁଦ୍ରପଟୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ। ଏଥିଲାଗି ଦିଆଯାଉଛି ଟ୍ରେନିଂ। ଜଳସେନା ମୁଖ୍ୟ ଆଡମିରାଲ ସୁନୀଲ ଲନାବ ଏହି ସୂଚନା ଦେଇଛନ୍ତି। ୨୬-୧୧ ଭଳି ଆକ୍ରମଣ ପାଇଁ ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିଛି। ସେପଟେ ଆଜି ପାକିସ୍ତାନ ମିଡିଆରେ ଚର୍ଚ୍ଚା ଥିଲା, ଭାରତର ଏକ ବୁଡା ଜାହଜ ପାକିସ୍ତାନ ସୀମା ଅତିକ୍ରମ କରିଥିଲା। ତାକୁ ଘଉଡାଇଦେଇଥିଲା ପାକିସ୍ତାନ ନୌସେନା। ଯାହାକୁ ଭାରତ ମିଥ୍ୟା ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.