ସରକାର ରଖିଲେ ୫ ବର୍ଷର ରିପୋର୍ଟ କାର୍ଡ, ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଦେଖାଇଛି ବାଟ

ଭୁବନେଶ୍ବର : ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକ। ୨୦୧୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି। ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ନିଜ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି। ନୂଆ ଓଡ଼ିଶା ଗଠନ ଦିଗରେ କାମ କରୁଛି। କଥା ଦେଇ କଥା ରଖିବାରେ ସଫଳ ହୋଇଛୁ। ଓଡ଼ିଶାର ସେବା କରି ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଞ୍ଚାୟତିରାଜ ଦିବସରେ କାଳିଆ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି କାଳିଆ ସହାୟତା। ଏହାସହ ମାର୍ଚ୍ଚ ୮ ତାରିଖ ସୁଦ୍ଧା ୨୦ ଲକ୍ଷ ଚାଷୀଙ୍କ ଚିଠା ତାଲିକା ପ୍ରକାଶ ପାଇବ ବୋଲି ଅର୍ଥମନ୍ତ୍ରୀ।

ସାଧାରଣ ନିର୍ବାଚନ ପୂର୍ବରୁ ଇଏ ଥିଲା ରାଜ୍ୟ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ। ସଜେଇ ହୋଇଥିଲା ପୂରା ସଚିବାଳୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ। ପାଞ୍ଚ ବର୍ଷ ଭିତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସଫଳ କାର‌୍ୟ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.