Below header

ଭଞ୍ଜନଗର : ବିଶ୍ୱ ମଙ୍ଗଳ ପାଇଁ ଏକ ଲକ୍ଷ ଆଠ ଦୀପ ଦାନ

ଭଞ୍ଜନଗର (କେ ନ୍ୟୁଜ୍‌) : ବିଶ୍ୱ ମଙ୍ଗଳ ପାଇଁ ଭକ୍ତଙ୍କ କାମନା । ଶିବରାତ୍ରୀରେ ଦାନ କଲେ ଲକ୍ଷେ ଆଠ ଦୀପ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ପ୍ରତାପ ଧନଞ୍ଜୟପୁରରେ ବ୍ରାହ୍ମଣ ସମାଜ ପକ୍ଷରୁ ଏଠାକାର ସକଳେଶ୍ୱର ମହାଦେବଙ୍କ ଉଦ୍ଦେଶ୍ୟରେ ଏହି ୧ ଲକ୍ଷ ୮ଟି ଦୀପ ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

1 LAKH DEEPA-2ଷୋଡ଼ଶ ଶତାବ୍ଦୀରେ ଘୁମୁସର ଭଞ୍ଜ ବଂଶୀୟ ରାଜାଙ୍କ ଦ୍ୱାରା ଷୋହଳ ବ୍ରାହ୍ମଣ ଶାସନ ସ୍ଥାପନ କରାଯାଇଥିଲା । ବୁଗୁଡ଼ା ଠାରେ ପ୍ରତିଷ୍ଠା ହୋଇଥିଲା ପ୍ରତାପ ଧନଞ୍ଜୟପୁର ଏବଂ ସ୍ଥାପନ ହୋଇଥିଲେ ସକଳେଶ୍ୱର ମହାଦେବ । ସେହି ମହାଦେବଙ୍କ ନିକଟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ତଥା ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା ସହ ସମୂହ ଦୀପ ଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.