Below header

ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସାନଭାଇକୁ ସଂଘବଦ୍ଧ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର (କେନ୍ୟୁଜ): ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ। ସରପଞ୍ଚଙ୍କ ସାନଭାଇକୁ ସଂଘବଦ୍ଧ ଆକ୍ରମଣ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ପଞ୍ଚାୟତରୁ ଆସିଛି ଅଭିଯୋଗ। ପ୍ରତିପକ୍ଷଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇ ସରପଞ୍ଚଙ୍କ ସାନଭାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆଜି ଗଡବାନ୍ଧୋଗଡା ସରପଞ୍ଚଙ୍କ ସାନ ଭାଇ ବ୍ୟାଙ୍କ୍‌ର କାମସାରି ଘରକୁ ଫେରୁଥିବା ସମୟରେ ଅଳତୀ-ଭଣ୍ଡାରୀପଡା ରାସ୍ତାରେ ପ୍ରତିପକ୍ଷ ଗୋଷ୍ଠୀର କେତେକ ଯୁବକ ତାଙ୍କୁ କାର୍‌ରେ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.