Below header

ଜାଣନ୍ତିକି କେଉଁ ସବୁ ଖାଦ୍ୟ ଖାଇଲେ ବଢିଥାଏ ମାଇଗ୍ରେନ ଜନିତ ସମସ୍ୟା

ମାଇଗ୍ରେନ ହେଉଛି ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଯେଉଁଥିରେ ବିଶ୍ବର ପ୍ରାୟ ୭ ଜଣରେ ଜଣେ ପୀଡିତ ଅଛନ୍ତି । ପୁରୁଷଙ୍କ ତୁଳନାରେ ମହିଳା ମାନେ ୩ ଗୁଣା ଅଧିକ ମାଇଗ୍ରେନରେ ପୀଡିତ ହୋଇଥାନ୍ତି । ମାଇଗ୍ରେନରେ ପୀଡିତ ବ୍ୟକ୍ତିଙ୍କର ମୁଣ୍ଡର ଏକ ଫାଳ ଖୁବ ଜୋରସେ କିମ୍ବା ମଧ୍ୟମ ଧରଣର ବିନ୍ଧା ହୋଇଥାଏ । ଏହି ମୁଣ୍ଡ ବିନ୍ଧା ୪ ରୁ ଆରମ୍ଭ ହୋଇ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ । ଏହି ସମୟରେ ବ୍ୟକ୍ତିଙ୍କୁ ବାନ୍ତି ବାନ୍ତି ଲାଗିବା ସହିତ ପ୍ରବଳ ବାନ୍ତି ହୋଇଥାଏ, ମୁଣ୍ଡ ବୁଲାଇ ହୋଇଥାଏ, ଅତ୍ୟଧିକ ଆଲୋକ ଓ ଶବ୍ଦକୁ ବରଦାସ୍ତ କରିହୁଏ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, “ମାଇଗ୍ରେନ ହେଉଛି ଏକ ନ୍ୟୁରୋଲୋଜିକାଲ ରୋଗ” । ଯେଉଁମାନେ ଏହି ରୋଗରେ ମୂଳରୁ ଆକ୍ରାନ୍ତ ଥାନ୍ତି ସେମାନେ ମାସକୁ ଅତନ୍ତ ଥରେ ରୁ ଦୁଇଥର ଏହାର ସାମ୍ନା କରିଥାନ୍ତି ।

MIGRAIN
image credit: Drug Target review

ମାଇଗ୍ରେନ ନେଇ ଏମିତି କିଛି ପୁରୁଣା ମାମଲା ରହିଛି ଯେଉଁଥିରେ ମାସକୁ ପ୍ରାୟ ୧୫ ଦିନ ରୁ ଅଧିକ ସମୟ ଲୋକେ ମୁଣ୍ଡବିନ୍ଧାର ସାମ୍ନା କରିଥାନ୍ତି । କିନ୍ତୁ ଜାଣନ୍ତିକି ମାଇଁ ଗ୍ରେନ ସହିତ ମୁଣ୍ଡବିନ୍ଧାର ଏକ ଗଭୀର ସମ୍ପର୍କ ରହିଛି । ତେବେ ଜାଣି ରଖନ୍ତୁ କେଉଁ କେଉଁ ଖାଦ୍ୟ ଖାଇଲେ ଅର୍ଦ୍ଧ କପାଳୀ ହେବାର ଆଶଙ୍କା ବଢିଯାଏ । ପନିର, ମଦ, ଚକୋଲେଟ, ନଟ୍ସ, ପ୍ରୋସେସଡ଼ ଫୁଡ, ବିଶେଷ ଧରଣର ଗନ୍ଧ, ଅତ୍ୟଧିକ ଆଲୋକ, ନିଦ ଠିକରେ ନ ହେବା, ପିରିୟ୍ଡ଼ସ ସମସ୍ୟା, ଯାତ୍ରା କରିବା, ଋତୁରେ ପରିବର୍ତ୍ତନ, ଚାପ ଆଦି ମାଇଗ୍ରେନ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ । ସାଧାରଣତଃ ଚାରୋଟି ସ୍ତର ଦେଇ ମାଇଗ୍ରେନ ହୋଇଥାଏ । ପ୍ରଥମ ଚରଣକୁ ପ୍ରଦ୍ରୋମ ଫେଜ ବୋଲି କୁହାଯାଏ । ମୁଣ୍ଡବିନ୍ଧା ହେବାର କିଛି ଘଣ୍ଟା ପୂର୍ବରୁ ଏହା ଆରମ୍ଭ ହୋଇଥାଏ । ଏହି ସମୟରେ ବ୍ୟକ୍ତି ଚିଡଚିଡ଼ା ହେବା ସହ ଉଦାସ ରୁହନ୍ତି । ବାରମ୍ବାର ହିକକା ନେଇଥାନ୍ତି ଖାଦ୍ୟ ପେୟ ନେଇ ଆଗ୍ରହ ବି ବଢିଯାଏ ।

ଦ୍ଵିତୀୟ ସ୍ତରରେ ଅରା ଫେଜ କୁହାଯାଏ । ଯେଉଁଥିରେ ବ୍ୟକ୍ତି ଆଖି ସାମ୍ନାରେ ଅନାବନା ରେଖା ଗୁଡିକୁ ଦେଖିଥାନ୍ତି । ଏମିତି ଅବସ୍ଥାରେ ବ୍ୟକ୍ତିକୁ ଲାଗିଥାଏକି ତାଙ୍କ ଶରୀର ଶିଥିଳ ପଡିଯାଉଛି । ବେଳେ ବେଳେ ମୁଣ୍ଡ ବୁଲେଇବା ପରି ଅନୁଭବ ହୋଇଥାଏ । ତୃତୀୟ ସ୍ତର ହେଉଛି ମୁଣ୍ଡ ବିନ୍ଧା । ଯାହାକି ୪ ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଚତୁର୍ଥ ସ୍ତର ହେଉଛି ହ୍ୟାଙ୍ଗଆଉଟ ସ୍ତର । ଯେଉଁଥିରେ ବ୍ୟକ୍ତି ଚିଡଚିଡ଼ା ହେବା ସହ ନିଜକୁ ଭ୍ରମିତ ଅନୁଭବ କରନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କ ଠାରେ ପିରିୟ୍ଡ଼ସ ସମୟରେ ମାଇଗ୍ରେନ ଜନିତ ଅଧିକ ଦେଖାଦିଏ । ଏହି ସମୟରେ ଏସ୍ଟ୍ରୋଜେନ ହର୍ମୋନ ଖସିଯାଇଥାଏ । ଦୁଇ ତୃତୀୟାଂଶ ମାମଲାରେ ମେନୋପଜ ପରେ ମାଇଗ୍ରେନ କମିଯାଇଥାଏ । କିନ୍ତୁ କେତେକଙ୍କ ଠାରେ ମେନୋପଜ ପରେ ଏହା ଆରମ୍ଭ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.