ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ କଫି…ଆଉ ଜାଣି ରଖନ୍ତୁ ଏହାର ଜବରଦସ୍ତ ଫାଇଦା

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ତା’ ହେଲେ ବ୍ୟବହାର କରନ୍ତୁ କଫି। ଏହା ଆପଣଙ୍କ କେଶକୁ ବଢ଼ାଇବାରେ ସାହାଯ୍ୟ କରି ପାରିବ। କଫି ଆଣ୍ଟି ଅକ୍ସିଡାଣ୍ଟସ୍‌ରେ ଭରପୂର ହୋଇଥାଏ, ଯାହାକି କେଶ ପାଇଁ ବେଶ୍‌ ଲାଭଦାୟକ ହୋଇପାରେ। କଫି ବ୍ୟବହାର ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ଛୁଟକାରା ମିଳିଥାଏ। ଆଜି ଆମେ ଆପଣଙ୍କୁ କଫିର ଫାଇଦା ଏବଂ ଏହାକୁ ବ୍ୟବହାର କରିବାର ତରିକା ବିଷୟରେ କହିବୁ।

କେଶ ବୃଦ୍ଧି: କେଶ ବୃଦ୍ଧି ପାଇଁ କଫି ଆପଣଙ୍କୁ ସାହାଯ୍ୟ କରି ପାରିବ। ଏହା ମ୍ୟାଟ୍ରିକ୍ସ ସେଲ୍ସକୁ ବୁଷ୍ଟ୍‍ କରିଥାଏ, ଯାହାକି କେଶ ବୃଦ୍ଧିରେ ସହାୟକ ହୋଇଥାଏ। କଫିରେ ଥିବା ଆଣ୍ଟି ଅକ୍ସିଡାଣ୍ଟସ୍‌ କେଶକୁ ମଇଶ୍ଚର ରଖିବା ଏବଂ ଏପିଡର୍ମାଲ ପାଣିର କ୍ଷତିକୁ ରୋକିବାରେ ସାହାଯ୍ୟ କରିଥାଏ। ଏକ ରିସର୍ଚରୁ ଜଣାପଡ଼ିଛି ଯେ କଫି ପିଇବା ଦ୍ୱାରା ମଧ୍ୟ ମୁଣ୍ଡର ତାଳୁରେ ଲୋମକୂପ ସଂଖ୍ୟା ବଢ଼ି ଯାଇଥାଏ।

କେଶକୁ କରିଥାଏ ନରମ: କଫି ଫ୍ଲେଭୋନଏଡ୍‌ସରେ ଭରପୂର ଥାଏ, ଯାହାକି ଏକ ପ୍ରକାରର ଆଣ୍ଟି ଆକ୍ସିଡାଣ୍ଟ ହୋଇଥାଏ। କଫି କେଶରେ ମଇଶ୍ଚର ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଆପଣ ନିଜ କେଶକୁ ମୁଲାୟମ ତଥା ଚିକ୍କଣ ରଖିବା ପାଇଁ କଫି ବ୍ୟବହାର କରି ପାରିବେ।

କେଶର ରଙ୍ଗକୁ କରିଥାଏ ଡାର୍କ: କଫି କେଶକୁ କଳା କରିଥାଏ। ଏହା କେଶରେ ପ୍ରାକୃତିକ ରଙ୍ଗ ଆଣିଥାଏ। ଯଦି ଆପଣ କଫିକୁ ନିଜ କେଶରେ ଲଗାଇବେ, ତ ଏହା ଆପଣଙ୍କ କେଶର ରଙ୍ଗକୁ କଳା କରିଦେବ। କହିବାକୁ ଗଲେ, କଫି ଆପଣଙ୍କ ଧଳା କେଶକୁ ସହଜରେ ଲୁଚାଇବାରେ ଏକ ପ୍ରାକୃତିକ ଉପାୟ ହୋଇପାରିବ।

କେଶ ଝଡ଼ିବା ବନ୍ଦ ହୋଇଥାଏ: ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କେଶର ଲୋମକୂପ ଦୁର୍ବଳ ଥିଲେ, ପ୍ରବଳ ମାତ୍ରାରେ କେଶ ଝଡ଼ିଥାଏ। ଏମିତିରେ ଯଦି ଆପଣ କଫିନ୍‌ ବ୍ୟବହାର କରିବେ, ତା’ ହେଲେ କେଶ ଝଡ଼ିବା ବନ୍ଦ ହୋଇପାରିବ। ଏହା କେଶ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରି ପାରିବ।

କଫିରେ କେଶ ଧୁଅନ୍ତୁ: ଆପଣ କେଶରେ କଫି ବ୍ୟବହାର କରନ୍ତୁ। ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏଥିପାଇଁ କୋଲ୍ଡ କଫିକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ ଏବଂ ଏହାକୁ କେଶରେ ସ୍ପ୍ରେ କରନ୍ତୁ। ଏବେ ଆଙ୍ଗୁଠି ସାହାଯ୍ୟରେ ମୁଣ୍ଡକୁ ଧୀରେ ଧୀରେ ମାଲିସ୍‌ କରନ୍ତୁ। କେଶକୁ ଭଲ ଭାବରେ କଭର କରନ୍ତୁ ଏବଂ ଅତି କମ୍‌ରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ଏବେ କେଶ ଧୋଇ ନିିଅନ୍ତୁ।