ଏବେ ଆଉ କଟିବନାହିଁ ଓଭର ସ୍ପିଡିଙ୍ଗ୍‌ ଚାଲାଣ, ଏହି ୫ ଆପ୍ସ ବଞ୍ଚାଇବ ହଜାର ହଜାର ଟଙ୍କା

ଏବେ ଚାଲାଣରୁ ବର୍ତ୍ତିବେ ଚାଳକ। ଆଉ କଟିବନି ଓଭରସ୍ପିଡିଙ୍ଗ୍‌ ଚାଲାଣ। ହଁ ଦର୍ଶକବନ୍ଧୁ ଏବେ ଚାଳକଙ୍କୁ ମିଳିବ ସାମାନ୍ୟ ଆସ୍ୱସ୍ତି। ଆପଣ ଯାହା ଶୁଣୁଛନ୍ତି ଏକଦମ୍‌ ସତ। ଏଣିକି ଓଭରସ୍ପିଡିଙ୍ଗରେ କଟୁଥିବା ଚାଲାଣରୁ ବର୍ତ୍ତିବେ ଚାଳକ। ଦିଲ୍ଲୀ ଏବଂ ଅନେକ ସହରରେ ସ୍ପିଡ ଲିମିଟର ପାଳନ ନକରିବା ଦ୍ୱାରା ଭାରି ଜରିମାନା ଦେବାକୁ ପଡୁଥିଲା। ଓଭରସ୍ପିଡିଙ୍ଗ୍‌ ଚାଲାଣ ଠାରୁ ରକ୍ଷା ପାଇବା ସେବେ ଠାରୁ ଆହୁରି ମୁସକିଲ ହୋଇଗଲା ଯେତେବେଳେ ସ୍ପିଡ କ୍ୟାମେରା ଲଗାଗଲା। ତେବେ ଯଦି ଆପର ଓଭରସ୍ପିଡିଙ୍ଗ୍‌ ଚାଲାର କଟିବା ଠାରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ୫ ଏମିତି ସ୍ମାର୍ଟଫୋନ୍‌ ଆପ୍ସ ବିଷୟରେ ଜଣାଇବୁ, ଯାହାକୁ ଆପଣ ନିଜ ଫୋନରେ ଡାଉନଲୋଡ କରି ଚାଲାଣ କଟିବା ଠାରୁ ରକ୍ଷା କରିପାରିବେ। ଏହି ଆପ୍ସ ଆପଣଙ୍କୁ ରୋଡ ଉପରେ ଲାଗିଥିବା ସ୍ପିଡ କ୍ୟାମେରା ବିଷୟରେ ପୂର୍ବରୁ ହିଁ ଆଲର୍ଟ କରିଦେବ। ଆଉ ଆପଣ ନିଜ ଗାଡିର ସ୍ପିଡକୁ କମ୍‌ କରିପାରିବେ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଆପ୍ସ।

ରାଡରବୋଟ୍‌ (ସ୍ପିଡ କ୍ୟାମେରାଜ୍‌ ଆଣ୍ଡ ଜିପିଏସ) :

ଏହି ଆପ୍‌ ସାହାଯ୍ୟରେ ଆପଣ ସହଜରେ ସ୍ପିଡ୍‌ କ୍ୟାମେରାକୁ ନେଭିଗେଟ୍‌ କରିପାରିବେ। କମ୍ପାନୀ ଏହା ଦାବି କରିଛି ଯେ ଏହି ଆପ୍‌ ଜିପିଏସ କନେକସନ୍‌ ଦ୍ୱାରା କାମ କରିଥାଏ ଏବଂ ଯଦି ସ୍ପିଡ କ୍ୟାମେରା ଆଗରେ ଥିବ ତାହେଲେ ଏହା ତୁରନ୍ତ ନୋଟିଫିକେସନ୍‌ ଦେବାକୁ ଲାଗିଥାଏ। କେବଳ ଏତିକି ନୁହେଁ ଏହି ଫିଚର୍ସର ଆହୁରି ବହୁତ ବି ଫିଚର୍ସ ରହିଛି। ଏହି ଆପକୁ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ଫୋନରେ ଡାଉନଲୋଡ୍‌ କରାଯାଇପାରିବ।

downloadସ୍ପିଡ୍‌ କ୍ୟାମେର ରାଡର ଡିଟେକ୍ଟର :

ଏହି ସ୍ମାର୍ଟଫୋନ୍‌ ଆପ୍‌ ବି ସ୍ମାର୍ଟଫୋନରେ ଡାଉନଲୋଡ କରାଯାଇପାରିବ। ଏବଂ ଏହା ରାଡରବୋଟ୍‌ ଭଳି କାମ କରିଥାଏ। ଏହାସାହାଯ୍ୟରେ ଷ୍ଟୋଟିକ୍‌ ସ୍ପିଡ୍‌ କ୍ୟାମେରା, ସ୍ପିଡ୍‌ ବ୍ରେକର, ଉବଡଖାବଡ ରାସ୍ତା ଏବଂ ରେଡ ଲାଇଟ କ୍ୟାମେରା ସବୁ ବିଷୟରେ ପୂର୍ବରୁ ହିଁ ଆଲର୍ଟ ମିଳିଯିବ।

ସ୍ପିଡ୍‌ କ୍ୟାମେରା ଡିଟେକ୍ଟର-ରାଡର ଡିଟେକ୍ଟର, ଜିପିଏସ ମ୍ୟାପ୍ସ :

ଏହି ଆପରେ ଆପଣଙ୍କ ସ୍ପିଡ୍‌ କ୍ୟାମେରା, ଲିମିଟ କ୍ୟାମେରା ଏବଂ ରୋଡ ଉପରେ ହୋଇଥିବା ଆକ୍ସିଡେଣ୍ଟ ଏବଂ ସମସ୍ତ ବିଷୟରେ ପୂର୍ବରୁ ହିଁ ସୂଚିତ କରାଇଦେବ। ଆପଣ ଚାହିଁବେ ତ ଏହାର ମ୍ୟାପରେ ଆପେ ଆପେ ସ୍ପିଡ୍‌ କ୍ୟାମେରା ଆଡ୍‌ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପ୍‌ ନୂଆ ହୋଇଥିବା କାରଣରୁ ବହୁତ କମ୍‌ ଲୋକ ଏହା ବିଷୟରେ ଜାଣିଛନ୍ତି।

wazeେଓ୍ଵଜ୍‌ :

ଏହି ବି ଏକ ମ୍ୟାପ ଏବଂ ସ୍ପିଡ ଡିଟେକ୍ଟର ଆପ୍‌ ଯେଉଁଥିରେ ଆପଣଙ୍କୁ ଟ୍ରାଫିକ, ବନ୍ଦ ରୋଡ, ସ୍ପିଡ୍‌ କ୍ୟାମେରା ଆଦିର ସୂଚନା ପୂର୍ବରୁ ହିଁ ନୋଟିଫିକେସନ୍‌ ଜରିଆରେ ମିଳିଯିବ। ଏହି ଆପରେ ଆପଣଙ୍କୁ ଟ୍ରାଫିକ ଏବଂ ରାସ୍ତାକୁ ନେଇ ଅନେକ ସୂଚନା ମିଳିପାରିବ। ଏହାକୁ ଆପଣ ଫ୍ରୀରେ ଆଣ୍ଡ୍ରଏଡ ଏବଂ ଆଇଫୋନ୍‌ ୟୁଜର୍ସ ଉଭୟ ନିଜ ମୋବାଇଲରେ ଡାଉନଲୋଡ୍‌ କରିପାରିବେ।

ସ୍ପିଡ୍‌ କ୍ୟାମେରା – (ରେଡାର ଡିଟେକ୍ଟର,ପୋଲିସ କ୍ୟାମେରା) :

ଏହି ଆପରେ ଆପଣଙ୍କୁ ସ୍ପିଡ୍‌ ରାଡର, ସ୍ପିଡ୍‌ କ୍ୟାମେରା ଏବଂ ପୋଲିସ କ୍ୟାମେରା ବିଷୟରେ ରିୟଲ-ଟାଇମ୍‌ ଆଲର୍ଟ ମିଳିଥାଏ। ଆପର ଖାସିୟତ ବିଷୟରେ ସୂଚନା ଅଭାବ କାରଣରୁ ଏହି ଆପକୁ ମଧ୍ୟ କମ୍‌ ୟୁଜର୍ସ ବ୍ୟବହାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.