Below header

ଭଦ୍ରକ: ବୁରୁଜାଲରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ, ୧ ଆହତ ଓ ୫ଗିରଫ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୁରୁଜାଲ ଗାଁରେ ଏଇ କିଛି ମାସ ତଳେ ବିଜେଡି ଓ ବିଜେପି ଭିତରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଗାଁରେ ଆଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ତାର ଛାପା ନଲିଭୁଣୁ ପୁଣି ଥରେ ବୁରୁଜାଲ ଗାଁରେ ଦୁଇ ରାଜନୈତିକ ଦଳ ଭିତରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଫଳରେ ଜଣେ ମହିଳା ଆହତ ହୋଇିଥିବା ବେଳେ କିଛି ଘର ଓ ଗାଡ଼ି ଭଙ୍ଗା ରୁଜା ଗାଡି ସହ ଦୋକାନ ଲୁଟ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି ।

ତେବେ ଗାଁରେ ଉତ୍ତେଜନା ପରିସ୍ଥିତି ଥିବାରୁ ୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି । ଏ ବାବଦରେ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.