ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୨୭ ଜଣ କରୋନା ଆକ୍ରାନ୍ତ, ବାଲେଶ୍ୱର ଓ ସୁନ୍ଦରଗଡରେ ସର୍ବାଧିକ ୧୨୭ ଜଣ

ଭୁବନେଶ୍ୱର(କେନ୍ୟୁଜ୍‌) :  ଆଜି ସୋମବାର ରାଜ୍ୟରୁ ମୋଟ୍‌ ୨୧୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୫ ଜଣ, କଟକ ୧୦୭, ନୂଆପଡା ୧୦୪, ଜଗତସିଂହପୁର ୮୯, ଅନୁଗୁଳ ୭୦, ଯାଜପୁର ୬୦, ବରଗଡ ୫୬, ପୁରୀ ୪୬ ଓ ମୟୁରଭଞ୍ଜରୁ ୪୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଢ଼େଙ୍କାନାଳ ଓ କେନ୍ଦୁଝରରୁ ୪୪ ଜଣ, ବଲାଙ୍ଗିର ୪୨, ଭଦ୍ରକ, କେନ୍ଦ୍ରାପଡା ଓ ସମ୍ବଲପୀରରୁ ୪୧, କଳାହାଣ୍ଡି ୩୬, କୋରାପୁଟ ୩୪, ମାଲ୍‌କାନ୍‌ଗିର ୩୨, ସୋନପୁର ୨୮ ଓ ନୟାଗଡରୁ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଥିସହ କନ୍ଧମାଳରୁ ୨୩ ଜଣ, ଝାରସୁଗୁଡା ୨୨, ଗଞ୍ଜାମ ଓ ନବରଙ୍ଗପୁରରୁ ୨୦ ଲେଖାଏଁ, ବୈାଦ୍ଧ ୧୬, ରାୟଗଡା ୧୫, ଦେଓଗଡ଼ ୧୩, ଗଜପତି ୦୬ ଓ ଷ୍ଟେଟ୍‌ ପୁଲ୍‌ରୁ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୋମବାର ସୁଦ୍ଧା ରାଜ୍ୟର ସମସ୍ତ ସୁସ୍ଥଙ୍କ ସଂଖ୍ୟା ୨,୭୯,୦୯୧ ଜଣ ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.