Below header

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚଳଚଂଚଳ ହେଲାଣି ରାଜନୀତି, ରିଲିଫ ଚୁଡା ପୋତିବାକୁ ନେଇ ହାଇଡ୍ରାମା

ରାଜନଗର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚଳଚଂଚଳ ହେଲାଣି ରାଜନୀତି । ରାଜନଗର ବ୍ଲକ ବାଘମାରି ପଂଚାୟତରେ ହାଇଡ୍ରାମା ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ତଳେ ମଞ୍ଜୁଳାପଲି ଗାଁରେ କିଛି ରିଲିଫ ଚୁଡା ପୋତି ଦିଆଯାଇଥିବା ନେଇ ରାଜନଗର କଂଗ୍ରେସ ପକ୍ଷରୁ BDO ଙ୍କୁ ଦାବିପତ୍ର ଦିଆଯାଇଥିଲା ।

ସପ୍ତାହେ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ କଂଗ୍ରେସ ପକ୍ଷରୁ ବାଘମାରି ପଂଚାୟତ ଅଫିସ ସାମ୍ନାରେ ଅନଶନ କରାଯାଇଥିଲା । ହେଲେ ବିଜେଡି ପକ୍ଷରୁ ଏହାକୁ ବିରୋଧ କରି ଶୋଭାଯାତ୍ରା କରାଯାଇଥିଲା। ଅନଶନ ସ୍ଥଳରେ ପହଂଚି ସ୍ଥାନକୁ ଗୋବର ପାଣିରେ ଧୋଇବା ସହ ରିଲିଫ୍‌ ସାମଗ୍ରୀ ପୋତା ଯାଇନାହିଁ ବୋଲି କହିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.