ଯଦି ଆପଣଙ୍କର ମଧ୍ୟ ଏକ ପୁରୁଣା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଅଛି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର । ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ପାଇଁ ଆଣ୍ଡ୍ରୋଏଡ୍ ଭର୍ସନ୍ ୨.୩.୭ କିମ୍ବା ତା’ଠାରୁ କମ୍ ଥିବା ସମର୍ଥନକୁ ବନ୍ଦ କରୁଛି। ଏହା ୨୦୨୧ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ, ଯାହା ପରେ ଏହିପରି ଉପଭୋକ୍ତାମାନେ ନିଜ ଫୋନରେ ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଆକାଉଣ୍ଟ୍, ଜି-ମେଲ୍ ଏବଂ ୟୁଟ୍ୟୁବ୍ ଏକ୍ସେସ କରିପାରିବେ ନାହିଁ । ଉପଭୋକ୍ତାମାନଙ୍କ ଫୋନରେ ବର୍ତ୍ତମାନ ଆଣ୍ଡ୍ରୋଏଡ୍ର ଅତି କମରେ ୩.୦ ହନିକମ୍ବ ଭର୍ସନ ରହିବା ଉଚିତ, ତେବେ ଗୁଗୁଲ ଏହା ମଧ୍ୟ ଆଶ୍ବସ୍ତି ଦେଇଛି ଯେ ପୁରୁଣା ଭର୍ସନ ଥିବା ଉପଭୋକ୍ତାମାନେ ବ୍ରାଉଜର୍ ମାଧ୍ୟମରେ ସେମାନଙ୍କର ଜି-ମେଲ ଆକାଉଣ୍ଟକୁ ଏକ୍ସେସ କରିପାରିବେ।
9to5Google ମଧ୍ୟ ଏକ ଉପଭୋକ୍ତାଙ୍କୁ ଗୁଗୁଲ ଦ୍ୱାରା ପଠାଯାଇଥିବା ଏକ ଇ-ମେଲର ସ୍କ୍ରିନସଟ୍ ସେୟାର କରିଛି । ଆଣ୍ଡ୍ରୋଏଡ୍ ସଂସ୍କରଣ ୨.୩.୭ ଏବଂ ତଦୁର୍ଦ୍ଧ ବ୍ୟବହାରକାରୀମାନେ ଜିମେଲକୁ ଲଗ୍ଇନ୍ କରିବା ସମୟରେ ୟୁଜର ନେମ୍ କିମ୍ବା ପାସୱାର୍ଡ errorର ମେସେଜ ମିଳିବ।
ଏହି ମେଲରେ ଉପଭୋକ୍ତାମାନଙ୍କୁ ଚେତାବନୀ ଦିଆଯାଇଛି ଏବଂ ସେମାନଙ୍କ ଫୋନକୁ ନୂଆ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୨୭ ପରେ ଆଣ୍ଡ୍ରୋଏଡ୍ର ଏହିପରି ଭର୍ସନ ଥିବା ସମସ୍ତ ଉପଭୋକ୍ତା ଗୁଗୁଲର ଆପ୍ ଯେପରିକି ଜି-ମେଲ, ୟୁଟ୍ୟୁବ୍, ଗୁଗୁଲ୍ ମ୍ୟାପ୍, ୟୁଟ୍ୟୁବ୍ ଇତ୍ୟାଦିରେ ଲଗଇନ୍ ସମୟରେ error ପାଇବେ।
ଏହା ବ୍ୟତୀତ, ଯଦି ଜଣେ ଉପଭୋକ୍ତା ସେହି ଫୋନରେ ଏକ ନୂଆ ଗୁଗୁଲ୍ ଆକାଉଣ୍ଟ୍ ତିଆରି କରିବେ କିମ୍ବା ଏକ ନୂଆ ଆକାଉଣ୍ଟ୍ ସହିତ ଲଗ୍ଇନ୍ କରିବେ କିମ୍ବା ଫ୍ୟାକ୍ଟ୍ରି ରିସେଟ କରିବେ, ପ୍ରତ୍ୟେକ କ୍ଷେତ୍ରରେ ସେ ଏକ error ପାଇବେ । ଏହା ବ୍ୟତୀତ, ପୁରୁଣା ଭର୍ସନ ଥିବା ଉପଭୋକ୍ତାମାନେ ଗୁଗୁଲ୍ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ କରିବା ସମୟରେ ମଧ୍ୟ ଏକ error ପାଇବେ ।