ଆସନ୍ତାକାଲି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ନେଇପାରେ ବାତ୍ୟାର ରୂପ! ପଡିବନି ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ

କେନ୍ଯୁଜ୍: ଦକ୍ଷିଣପୂର୍ବ ଭାରତକୁ ବାତ୍ୟା ବିପଦ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜିଏଫଏସ୍‌ ଓ NCMRWF ର ଏନକମ ମଡେଲ ବାତ୍ୟା ଅନୁମାନ କରିଛି ।

ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ ୱେଦରର ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସ ମଧ୍ୟ ବାତ୍ୟା ଆଶଙ୍କା କରିଛନ୍ତି । ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ବାତ୍ୟାରେ ପରିଣତ ହେଲେ ମଧ୍ୟ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବନି । ବାତ୍ୟା ତାମିଲନାଡୁ ଓ ଶ୍ରୀଲଙ୍କା ଆଡକୁ ମୁହାଁଇବା ସହିତ ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.