Below header

ଜଳେଶ୍ୱର: ମାଙ୍କଡ଼ ଡେଇଁ ପଡିବାରୁ ଜଳିଗଲା ପାୱାର ଟ୍ରାନ୍ସଫର୍ମର

ହୁହୁ ହୋଇ ଜଳଗଲା ପାୱାର ଟ୍ରାନ୍ସଫର୍ମର । ଦେଖୁ ଦେଖୁ ଧୂଆଁ ମୟ ହୋଇଗଲା ପରିବେଶ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆ ବଜାର ଠାରେ ଥିବା ଓପିଟିସିଏଲ ର ଜଳେଶ୍ୱର ନୂଆବଜାର ବିଦ୍ୟୁତ୍ ଗ୍ରୀଡ ସବ୍ ଷ୍ଟେସନରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା ।

ଜଳେଶ୍ୱର(କେନ୍ୟୁଜ): ହୁହୁ ହୋଇ ଜଳିଗଲା ପାୱାର ଟ୍ରାନ୍ସଫର୍ମର । ଦେଖୁ ଦେଖୁ ଧୂଆଁ ମୟ ହୋଇଗଲା ପରିବେଶ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆ ବଜାର ଠାରେ ଥିବା ଓପିଟିସିଏଲ ର ଜଳେଶ୍ୱର ନୂଆବଜାର ବିଦ୍ୟୁତ୍ ଗ୍ରୀଡ ସବ୍ ଷ୍ଟେସନରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ୧୨.୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ହୁତୁ ହୁତୁ ହୋଇ ଜଳିଯାଇଥିଲା । ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି ପାୱାର ଟ୍ରାନ୍ସଫର୍ମର ।

ଆଜି ସକାଳ ୬ ଟା ସମୟରେ ଏକ ମାଙ୍କଡ଼ ଡେଇଁ ପଡିବା ପରେ ସଟ୍ ସର୍କିଟ ହୋଇଯାଇଥିଲା । ଆଉ ମାତ୍ର ନିମିଷକ ଭିତରେ ପାୱାର ଟ୍ରାନ୍ସଫର୍ମର ଜଳିବା ଆରମ୍ଭ କରିଥିଲା । ଅଚାନକ ପ୍ରବଳ ମାତ୍ରାରେ ନିଆଁ ଏବଂ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ । ଦିନ ୮ ଟା ଯାଏଁ ଏହି ଟ୍ରାନ୍ସଫର୍ମର ଜଳୁଥିବା ନେଇ ଟାଟା ପାୱାର ତରଫରୁ ସୂଚନା ଦିଆଯାଇଛି । ତେବେ ଘଟଣା ସମୟରେ ଗ୍ରୀଡ ଭିତରେ ଥିବା ଟାଟା ପାୱାର କର୍ମଚାରୀମାନେ ବାହାରକୁ ଚାଲିଆସିଥିଲେ।

ଏନେଇ ଖବର ପାଇବା ପରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ବଡ ଦୁର୍ଘଟଣା ଆଶଙ୍କା କରି ସକାଳ ୬ଟାଠାରୁ ଜଳେଶ୍ୱରରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା । .ତେବେ ଘଟଣାସ୍ଥଳରେ ଓପିଟିସିଏଲ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତୁରନ୍ତ ପଦକ୍ଷପ ଗ୍ରହଣ କରିଥିଲେ । ଯାଥାଶୀଘ୍ର ମରାମତି ପରେ ଏବେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ଖବର ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.