ବିନା ପୋଷାକରେ ଓସ୍କାର ଆଓ୍ଵାର୍ଡ ମଞ୍ଚରେ ପହଞ୍ଚିଲେ ଜନ୍‌ ସିନା, ଦର୍ଶକେ ଆଶ୍ଚର୍ଯ୍ୟ

ଚଳିତ ବର୍ଷ ଓସ୍କାର ଆଓ୍ଵାର୍ଡରେ ଶ୍ରେଷ୍ଠ କଷ୍ଟୁମ୍ ଆୱାର୍ଡ ଦେବାକୁ ବିନା କୌଣସି କଷ୍ଟ୍ୟୁମରେ ପହଞ୍ଚିଥିଲେ WWE ରେସଲର ତଥା ଅଭିନେତା ଜନ୍ ସିନା । ତାଙ୍କର ଏଭଳି ଲୁକ୍ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଓସ୍କାର ଆୱାର୍ଡ ୨୦୨୪ ଘୋଷଣା ହୋଇଛି । ଏଥିରେ ବାଜି ମାରିଲା ଫିଲ୍ମ ଓପେନହାଇମର । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ । ତେବେ ଏହି ଆଓ୍ଵାର୍ଡରେ ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖି ଦର୍ଶକ ହସକୁ ରୋକିପାରିନଥିଲେ । ଚଳିତ ବର୍ଷ ଓସ୍କାର ଆଓ୍ଵାର୍ଡରେ ଶ୍ରେଷ୍ଠ କଷ୍ଟୁମ୍ ଆୱାର୍ଡ ଦେବାକୁ ବିନା କୌଣସି କଷ୍ଟ୍ୟୁମରେ ପହଞ୍ଚିଥିଲେ WWE ରେସଲର ତଥା ଅଭିନେତା ଜନ୍ ସିନା । ତାଙ୍କର ଏଭଳି ଲୁକ୍ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଜିମି କିମେଲ ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମକୁ ହୋଷ୍ଟ କରୁଥିଲେ । ଉକ୍ତ ସମୟରେ ଏକ ଉଦାହରଣ ଦେବାକୁ ଯାଇ ୫୦ ବର୍ଷ ପୂର୍ବେ ଓସ୍କାର ଷ୍ଟେଜରେ ଜଣେ ଅଜ୍ଞାତ ବ୍ୟକ୍ତି ଉଲଗ୍ନ ହୋଇ ଦୌଡ଼ିଥିବା କଥା କହିଥିଲେ । ସେହି ସମୟରେ ଜନ୍ ସିନା ବିନା କୌଣସି କଷ୍ଟୁମରେ ବେଷ୍ଟ କଷ୍ଟୁମ୍ ଆୱାର୍ଡର ନୋମିନେସେନ ଘୋଷଣା କରିବାକୁ ଷ୍ଟେଜରେ ପହଞ୍ଚିଥିଲେ । ଜନ ସିନାଙ୍କୁ ଏଭଳି ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ହସିବା ଆରମ୍ଭ କରିଦେଇଥିଲେ । ତେବେ ଜନ ସିନାଙ୍କ ଏଭଳି ଲୁକ୍‌ ଏବେ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଲସ ଏଞ୍ଜେଲ୍ସ ସ୍ଥିତ ଡଲବୀ ଥିଏଟରରେ ୯୬ତମ ଓସ୍କାର ଆଓ୍ଵାର୍ଡ ଘୋଷଣା ହୋଇଛି । ଫିଲ୍ମ ଓପେନହାଇମର ଫିଲ୍ମ ୧୩ଟି ନୋମିନେସନ ପାଇଁ ଚୟନ ହୋଇଥିବା ବେଳେ ଶ୍ରେଷ୍ଠ ଫିଲ୍ମ ସହ ୭ଟି ବର୍ଗରେ ଆୱାର୍ଡ ଜିତିଛି । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ ।

୨୦ ଡେଜ୍ ଇନ୍ ମାରିଓପୋଲ’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ । ‘ଦି ୱାଣ୍ଡଫୁଲ ଷ୍ଟୋରୀ ଅଫ୍ ହେନରୀ ସୁଗାର’କୁ ଶ୍ରେଷ୍ଠ ଆକ୍ସନ ସର୍ଟ ଫିଲ୍ମ ଘୋଷଣା । ‘ଦି ଲାଷ୍ଟ ରିପର’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.