ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି M15 5G, ଜାଣନ୍ତୁ କେତେ ରହିଛି ଏହାର ଦାମ

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି M15 5G । ଅଫିସିଆଲ୍ ୱେବସାଇଟରେ କମ୍ପାନୀ ଦ୍ୱାରା ତାଲିକାଭୁକ୍ତ ସୂଚନା ଅନୁଯାୟୀ, ଏହି ସାମସଙ୍ଗ ସ୍ମାର୍ଟଫୋନ୍ 6000mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନରେ ମିଡିଆଟେକ ଡାଇମେନସିଟି 6100+ ପ୍ରୋସେସର ଅଛି । ତେବେ ଆସନ୍ତୁ ଜାଣିବା ସାମସଙ୍ଗର ଏହି ଦମଦାର 5G ସ୍ମାର୍ଟଫୋନ୍ ବିଷୟରେ  ...

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି M15 5G । ଅଫିସିଆଲ୍ ୱେବସାଇଟରେ କମ୍ପାନୀ ଦ୍ୱାରା ତାଲିକାଭୁକ୍ତ ସୂଚନା ଅନୁଯାୟୀ, ଏହି ସାମସଙ୍ଗ ସ୍ମାର୍ଟଫୋନ୍ 6000mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନରେ ମିଡିଆଟେକ ଡାଇମେନସିଟି 6100+ ପ୍ରୋସେସର ଅଛି । ତେବେ ଆସନ୍ତୁ ଜାଣିବା ସାମସଙ୍ଗର ଏହି ଦମଦାର 5G ସ୍ମାର୍ଟଫୋନ୍ ବିଷୟରେ  … ଏହି ସାମସଙ୍ଗ ସ୍ମାର୍ଟଫୋନରେ ୬.୫ ଇଞ୍ଚ ସୁପର AMOLED ଡିସପ୍ଲେ ଅଛି । ଫୋନର ଡିସପ୍ଲେରେ ୱାଟରଡ୍ରପ୍ ନଚ୍ ଏବଂ 90Hz ରିଫ୍ରେସ ରେଟ ଫିଚର ପ୍ରଦାନ କରାଯାଇଛି ।

ଏହି ଫୋନର ଡିସପ୍ଲେର ପିକ ବ୍ରାଇଟନେସ ୮୦୦ ନଟ୍ ପର୍ଯ୍ୟନ୍ତ ରହିଛି । ଏହି ସାମସଙ୍ଗ ଫୋନ୍ ଗାଲାକ୍ସି M14 ପରି ଦେଖାଯାଉଛି । ଫୋନ୍ ପଛରେ ଟ୍ରିପଲ୍ କ୍ୟାମେରା ଡିଜାଇନ୍ ଦିଆଯାଇଛି । ଏହି ସ୍ମାର୍ଟଫୋନକୁ ତିନୋଟି କଲର ଅପ୍ସନରେ ଲଞ୍ଚ କରାଯାଇଛି – ଲାଇଟ ବ୍ଲୁ, ଡାର୍କ ବ୍ଲୁ ଏବଂ ଗ୍ରେ କଲର । MediaTek Dimensity 6100+ ପ୍ରୋସେସର ସାମସଙ୍ଗ ଗାଲାକ୍ସି M15 5G ରେ ଉପଲବ୍ଧ । ଫୋନରେ 4GB RAM + 128GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି ।

ଫୋନର ଇଣ୍ଟରନାଲ ଷ୍ଟୋରେଜ୍ ମାଇକ୍ରୋ SD କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ । ଏହି ବଜେଟ୍ 5G ସ୍ମାର୍ଟଫୋନରେ ଆଣ୍ଡ୍ରଏଡ୍ 14 ଅପରେଟିଂ ସିଷ୍ଟମ୍ ପ୍ରଦାନ କରାଯାଇଛି । ଏହା ସହିତ କମ୍ପାନୀ ଚାରି ବର୍ଷ ପାଇଁ ଅପରେଟିଂ ସିଷ୍ଟମ ଏବଂ ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ପ୍ରଦାନ କରୁଛି । ସାମସଙ୍ଗ ଗାଲାକ୍ସି M15 5G ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ । ଏହି ଫୋନରେ 50MP ମେନ କ୍ୟାମେରା, 5MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ଏବଂ 2MP ମାଇକ୍ରୋ କ୍ୟାମେରା ଅଛି ।

ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ 13MP କ୍ୟାମେରା ଅଛି । ଏହି ସାମସଙ୍ଗ ସ୍ମାର୍ଟଫୋନରେ 25W ଫାଷ୍ଟ ଚାର୍ଜିଂ ଫିଚର ସହିତ 6000mAh ର ଏକ ଦମଦାର ବ୍ୟାଟେରୀ ଅଛି । କନେକ୍ଟିଭିଟି ପାଇଁ ଏହାର ୩.୫ mm ଅଡିଓ ଜ୍ୟାକ୍ ଅଛି । ସାମସଙ୍ଗ କମ୍ପାନୀ ଏପର୍ଯ୍ୟନ୍ତ ଏହି ଫୋନର ମୂଲ୍ୟ ପ୍ରକାଶ କରିନାହିଁ । ଫୋନର ମୂଲ୍ୟ ୧୫,୦୦୦ ଟଙ୍କା ମଧ୍ୟରେ ହୋଇପାରେ । ଏହା ବ୍ୟତୀତ ଖୁବ ଶୀଘ୍ର ଭାରତରେ ସାମସଙ୍ଗ ଗାଲାକ୍ସି A35 ଏବଂ ଗାଲାକ୍ସି A55 5G ମଧ୍ୟ ଲଞ୍ଚ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.