ଓଲଟି ପଡିଲା ମଦ ବୋଝେଇ ଟ୍ରକ, ଡ୍ରାଇଭର୍ ଗୁରୁତର

ରାୟଗଡ ଜିଲ୍ଲା 326 ନମ୍ବର ଜାତୀୟ ରାଜପଥ କୋଲନରା  ପେଟ୍ରୋଲ ପମ୍ପ ନିକଟରେ ଏକ ମଦ ବୋଝାଇ ଟ୍ରକ୍ ଓଲଟି ପଡିବାରୁ ଡ୍ରାଇଭର୍ ଗୁରୁତର ହୋଇଛନ୍ତି ।

ରାୟଗଡ : ରାୟଗଡ ଜିଲ୍ଲା 326 ନମ୍ବର ଜାତୀୟ ରାଜପଥ କୋଲନରା  ପେଟ୍ରୋଲ ପମ୍ପ ନିକଟରେ ଏକ ମଦ ବୋଝାଇ ଟ୍ରକ୍ ଓଲଟି ପଡିବାରୁ ଡ୍ରାଇଭର୍ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଚଣ୍ଡିଖୋଲ ରୁ ମଦ ନେଇ ରାୟଗଡା ଜିଲ୍ଲା ଦେବଦଳାର ମଦ ନିଗମକୁ ଆସୁଥିବା ବେଳେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ଼କୁ ଓଲଟି ପଡିଥିଲା ।

ଜଣେ ଚାଷି ବାଇକ୍ ଯୋଗେ ନିଜ ଜମିକୁ ଯାଉଥିବା ଵେଳେ ମଦ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ହୋଇଥିଲା । ତେବେ ଉକ୍ତ ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ମଦ ବୋଝେଇ ଟ୍ରକ୍ ର ଡ୍ରାଇଭର ଭାରଶାମ୍ଯ ହରାଇଥିଲା । ଫଳରେ ଟ୍ରକ୍ ଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ଚାନ୍ଦିଲି ଥାନା ପୋଲିସ ପହଁଚି ତଦନ୍ତ କରୁଥିବା ବେଳେ ଡ୍ରାଇଭର ମୁନା ପଟନାୟକ,ମାଲିକ ସତ୍ୟନାରାୟଣଙ୍କୁ ରାୟଗଡ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.