ୟୁପି: ବଲ୍‌ ପଛରେ ଦୌଡ଼ୁଥିବା ବେଳେ କ୍ରିକେଟ୍‌ ପଡ଼ିଆରେ ହଠାତ୍‌ ଆସିଲା ହୃଦ୍‌ଘାତ, ସେଇଠି ଟଳିପଡ଼ିଲେ ଯୁବକ

କୁହାଯାଉଛି ଯେ ଯୁବକ କ୍ରିକେଟ୍‌ ଖେଳିବା ସମୟରେ ଯେମିତି ବଲ୍‌ ଉଠାଇବା ପାଇଁ ଦୌଡ଼ିଥିଲେ, ହଠାତ୍‌ ସେ ତଳେ ପଡ଼ିଯାଇଥିଲେ । ୨୦ ମିଟର ଦୂରରେ ହସ୍ପିଟାଲ ଥିଲା, ସେଠାକୁ ତାଙ୍କୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇସାରିଥିଲା ।

ଆଜିକାଲି ହସିବା, ଖେଳିବା, ନାଚିବା, ଗାଇବା ସମୟରେ ଲୋକଙ୍କୁ ହୃଦ୍‌ଘାତ ଆସୁଛି । ଏବେ ଏମିତି ହିଁ ଏକ ମାମଲା ଉତ୍ତର ପ୍ରଦେଶର ବିଜନୋରରୁ ଆସିଛି । ଏଠାରେ କ୍ରିକେଟ୍‌ ଖେଳିବା ସମୟରେ ଜଣେ ଯୁବକ ହୃଦ୍‌ଘାତର ଶିକାର ହୋଇଛନ୍ତି । ହୃଦ୍‌ଘାତ ଆସିବା ପରେ ସେ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ସେ ଆଖି ବୁଜିଥିଲେ ।

ଯୁବକଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସାଥୀ ଖେଳାଳିମାନଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । କୁହାଯାଉଛି ଯେ ଯୁବକ କ୍ରିକେଟ୍‌ ଖେଳିବା ସମୟରେ ଯେମିତି ବଲ୍‌ ଉଠାଇବା ପାଇଁ ଦୌଡ଼ିଥିଲେ, ହଠାତ୍‌ ସେ ତଳେ ପଡ଼ିଯାଇଥିଲେ । ୨୦ ମିଟର ଦୂରରେ ହସ୍ପିଟାଲ ଥିଲା, ସେଠାକୁ ତାଙ୍କୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇସାରିଥିଲା ।

ମୃତ ଯୁବକ ଉକ୍ତ ଘରୋଇ ହସ୍ପିଟାଲର କର୍ମଚାରୀ ଥିଲେ । ତାଙ୍କ ନାମ ଗୌରବ ଶର୍ମା । ସେ ବିଜନୋରର ମୋହଲ୍ଲା ସୋତ୍ୟାନ୍‌ର ବାସିନ୍ଦା ଥିଲେ । ରବିବାର ଦ୍ୱିପ୍ରହରରେ ଗୌରବ ନିଜ ସାଙ୍ଗମାନଙ୍କ ସହିତ ହସ୍ପିଟାଲ ପାର୍ଶ୍ୱବର୍ତ୍ତୀ ଏକ କଲେଜର ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ । ଏହି ସମୟରେ ଅଘଟଣ ଘଟିଥିଲା ।

ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ହସ୍ପିଟାଲରେ ଯେତେବେଳେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା, ଯାଞ୍ଚ ସମୟରେ ହିଁ ତାଙ୍କୁ ଦ୍ୱିତୀୟ ଥର ହାର୍ଟ ଆଟାକ୍‌ ଆସିଥିଲା । ତାଙ୍କର ଇସିଜି ଚାଲିଥିବା ବେଳେ ସେ ପୁଣି ହୃଦ୍‌ଘାତର ଶିକାର ହୋଇଥିଲେ, ଯଦ୍ଦ୍ଵାରା ଗୌରବଙ୍କର ଚିକିତ୍ସା ସମୟରେ ହିଁ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.