ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ, ଡଷ୍ଟବିନରେ ମିଳିଲା ମୃତଦେହ

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ ତାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଡଷ୍ଟବିନରୁ ମିଳିଥିବା ଜଣାପଡିଛି । ମୃତ ମହିଳା ଜଣକ ସ୍ୱାମୀ ଓ ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଥିଲେ । ମୃତ ମହିଳା ଜଣଙ୍କ ହାଇଦ୍ରାବାଦ(୩୬)ର ବୋଲି ଜଣାପଡିଛି ।

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହାଇଦ୍ରାବାଦ(୩୬)ର ବୋଲି ଜଣାପଡିଛି । ଶନିବାର ଦିନ ତାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଡଷ୍ଟବିନ୍ରୁ ମିଳିଥିବା ଜଣାପଡିଛି । ମୃତ ମହିଳା ଜଣକ ସ୍ୱାମୀ ଓ ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଥିଲେ ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଚୈତନ୍ୟା ମାଧାଗାନୀ ବୋଲି ଜଣାପଡିଛି । ତେବେ ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ହାଇଦ୍ରାବାଦ ଚାଲିଯାଇ ପିଲାଟିକୁ ପତ୍ନୀଙ୍କ ବାପା ମାଆଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଅଷ୍ଟ୍ରେଲିଆ ନାଗରିକତ୍ୱ ମିଳିବା ପରେ ଚୈତନ୍ୟା ଏବଂ ତାଙ୍କ ସ୍ୱାମୀ ଅଶୋକ ରାଜ ବରିକୁପ୍ପଲା ନିଜ ପୁଅ ସହିତ ଅଷ୍ଟ୍ରେଲିଆର ପଏଣ୍ଟ କୁକରେ ରହୁଥିଲେ ।

ତେବେ ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଯାଞ୍ଚ କରୁଛି । ମିଳିଥିବା ଖବର ଅନୁଯାୟୀ, ଚୈତନ୍ୟାଙ୍କ ସ୍ୱାମୀ ଅଶୋକ ନିଜ ୫ ବର୍ଷର ପୁଅ ସହିତ ୫ ମାର୍ଚ୍ଚକୁ ଭାରତକୁ ଆସିଥିଲା । ଏହାପର ଠାରୁ ଚୈତନ୍ୟା ଗାଏବ ହୋଇଥିଲେ । ତାଙ୍କ ବିଷୟରେ ନିକଟ ସଂପର୍କୀୟ କିମ୍ବା ବନ୍ଧୁ କେହି କିଛି ଜାଣିନଥିଲେ । ଏହି ମାମଲାରେ ପୋଲିସ ଘଟଣା ସ୍ଥଳରେ ଯାଞ୍ଚ କରୁଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଖୋଜୁଛି ।

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଜଣେ ଭାରତୀୟ ମୂଳର ବ୍ୟକ୍ତି ନିଜ ପୂର୍ବତନ ପ୍ରେମିକାକୁ ତାରରେ ବାନ୍ଧି ଅଷ୍ଟ୍ରେଲିଆରେ ଜୀବନ୍ତ ପୋତିଦେଇଥିଲେ । ସେ ନିଜେ ପୋଲିସ ଆଗରେ ଦୋଷ ସ୍ୱୀକାର କରିଥିଲେ । ମୃତ ଯୁବତୀ ଜଣେ ନର୍ସିଂ ଛାତ୍ରୀ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.