ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟରେ ହାଜର ହେଲେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ

ଗଞ୍ଜାମ(କେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟରେ ହାଜର ହେଲେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ । ତାଙ୍କ ସହ ଶ୍ରୀକୃଷ୍ଣ ପାଢ଼ୀ ଓ ମନୋଜ ପଟ୍ଟନାୟକ ହାଜର ହୋଇଛନ୍ତି । ଏକ ଠକେଇ ମାମଲାରେ ପୂର୍ବରୁ ଛତ୍ରପୁର ପୋଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ଏହି ୩ ଜଣ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ବର୍ତ୍ତମାନ ଝାରପଡା ଜେଲରେ ଅଛନ୍ତି । ଛତ୍ରପୁର ବ୍ଲକ କଣମଣା ଗ୍ରାମର ଦେବରାଜ ସାହୁ ନାମକ ବ୍ୟକ୍ତି ୨୦୧୦ ଡିସେମ୍ବରରେ ଛତ୍ରପୁରଠାରେ ଥିବା ଅର୍ଥତତ୍ତ୍ୱ ସଂସ୍ଥାରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ପରେ ଉକ୍ତ ସଂସ୍ଥା ନଭେମ୍ବର ୨୦୧୨ରୁ ବନ୍ଦ ହୋଇଯାଇଥିଲା ।

ଏହା ଜାଣିବା ପରେ ଜମାକାରୀ ଦେବରାଜ ସାହୁ ଏହି ସଂସ୍ଥା ବିରୋଧରେ ୨୦୧୩ ମେ ୧୦ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା । ଏନେଇ ଛତ୍ରପୁର ପୋଲିସ ପୂର୍ବରୁ ଏହି ୩ ଜଣକୁ ରିମାଣ୍ଡରେ ଆଣିବା ପାଇଁ ଏପପିଙ୍କ ଜରିଆରେ ଛତ୍ରପୁର ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲେ । ଗତକାଲି ଛତ୍ରପୁର ଏସଡିଜେଏମଙ୍କ ନିକଟରେ ହାଜର କରିବା ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଇବା ପରେ ପୁଣି ଥରେ ଝାରପଡ଼ା ପଠାଇ ଦିଆଯାଇଛି ।

Leave A Reply

Your email address will not be published.