୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ୍‌

ବାଲିଗୁଡା(କେ ନ୍ୟୁଜ): ବାଲିଗୁଡା ପୋଲିସ୍‌ ଆରମ୍ଭ କରିଛି ଗଞ୍ଜେଇ ନଷ୍ଟ ଅଭିଯାନ । ୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରିଛି ବାଲିଗୁଡା ପୋଲିସ୍‌ । ବାଲିଗୁଡା ଥାନା ସୋଲାଗୁଡା ପଞ୍ଚାୟତ ଗୁଣ୍ଡେଲି, ମେଲେସିକିଆ, ଦଦଗାମୁଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଇଥିଲା ।

ଜିଲ୍ଲା ଅବକାରି ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ୧୯୦ ଏକରରୁ ଉର୍ଦ୍ଧ୍ୱ ଜମିକୁ ପୋଡି ଦିଆଯାଇଛି । ପ୍ରାୟ ଏକ ଲକ୍ଷ ୭୫ ହଜାର ଗଞ୍ଜେଇ ଗଛକୁ କଟାଯାଇଛି । ଚଢାଉ ବେଳେ ବାଲିଗୁଡା ଏସଡିପିଓ, ଥାନା ଅଧିକାରୀ, ପୋଲିସ୍‌ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.