ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ

ଇତିହାସ ରଚିଲା ଓଡିଶା ବିଧାନସଭା। ପ୍ରଥମ ମହିଳା ବାଚସ୍ପତି ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଇତିହାସ ରଚିଲା ଓଡିଶା ବିଧାନସଭା। ପ୍ରଥମ ମହିଳା ବାଚସ୍ପତି ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କାରଣ ପ୍ରମିଳା ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରି ନଥିଲେ । ଆଜି ପରେ ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର। ଦୀର୍ଘ ସାତ ଦଶନ୍ଧି ଧରି ଚାଲିଥିବା ଏ ଡାକର ଅନ୍ତ ହେବ । ଏଣିକି ଶୁଭିବ ଅନରେବଲ ମାଡାମ ସ୍ପିକର। ଦେଶ ସ୍ବାଧୀନ ହେବା ଠାରୁ ଆଜିଯାଏଁ ବିଧାନସଭାରେ କେବଳ ପୁରୁଷ ବାଚସ୍ପତି ଦାୟିତ୍ବ ତୁଲାଇ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.