ଓଡ଼ିଶା ବିଧାନସଭାରେ ସୃଷ୍ଟି ହେବ ଇତିହାସ : ପ୍ରମିଳା ମଲ୍ଲିକ ହେବେ ପ୍ରଥମ ମହିଳା ବାଚସ୍ପତି

ଓଡ଼ିଶା ବିଧାନସଭାରେ ସୃଷ୍ଟି ହେବ ଇତିହାସ। ପ୍ରଥମ ଥର ଜଣେ ମହିଳା ହେବେ ବାଚସ୍ପତି । ବିଧାନସଭାରେ ନୂଆ ବାଚସ୍ପତି ହେବେ ବରିଷ୍ଠ ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ସେ ନାମାଙ୍କନ ଦାଖଲ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ବିଧାନସଭାରେ ସୃଷ୍ଟି ହେବ ଇତିହାସ। ପ୍ରଥମ ଥର ଜଣେ ମହିଳା ହେବେ ବାଚସ୍ପତି । ବିଧାନସଭାରେ ନୂଆ ବାଚସ୍ପତି ହେବେ ବରିଷ୍ଠ ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଆଜି ସେ ନାମାଙ୍କନ ଦାଖଲ କରିବେ । ତାପୂର୍ବରୁ ମନ୍ତ୍ରୀ ଭାବରେ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ କରିବେ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । କାହିଁକି ପ୍ରମିଳାଙ୍କୁ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ କଲା ବିଜେଡି ?

ସାରା ଦେଶରେ ମହିଳା ସଂରକ୍ଷଣ ବିଲ ବିତର୍କ ଭିତରେ ବିଜେଡି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି । ମହିଳାଙ୍କୁ ଫୋକସ କରିଛି ଦଳ । ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରମିଳା ମଲ୍ଲିକ । ସେ ହେବେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଓ ଅନୁସୂଚିତ ଜାତିରୁ ବି ପ୍ରଥମ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କଠାରୁ ସେ ସିନିଅର । ରଜନୀକାନ୍ତ ୪ ଥର ବିଧାୟକ ହୋଇଥିବା ବେଳେ ପ୍ରମିଳା ୬ ଥର ବିଧାୟିକା । ସେହିପରି ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ ପ୍ରମିଳା । ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ବ ବି ତୁଲାଇଛନ୍ତି । ଏହି ଅଭିଜ୍ଞତା ତାଙ୍କୁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଦିଗରେ ସହାୟକ ହେବ । ସବୁ ଦଳର ବିଧାୟକଙ୍କ ସମ୍ମାନ ତାଙ୍କ ପ୍ରତି ଅତୁଟ ରହିବ । ବିଞ୍ଝାରପୁରରୁ ୬ ଥର ବିଧାୟିକା ପ୍ରମିଳା ମଲ୍ଲିକ ।

୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.