ପୁଣି ବିଶ୍ୱର ଏକ ନମ୍ବର ବୋଲର ହେଲେ ମହମ୍ମଦ ସିରାଜ: ୮ମ ସ୍ଥାନରୁ ପହଞ୍ଚିଲେ ପ୍ରଥମ ସ୍ଥାନରେ

ଦିନିକିଆ କ୍ରିକେଟରେ ବିଶ୍ବର ଏକ ନମ୍ବର ବୋଲର ମହମ୍ମଦ ସିରାଜ । ଆଇସିସି ଦିନିଆ ବୋଲିଂ ମାନ୍ୟତାର ଶୀର୍ଷକୁ ଫେରିଛନ୍ତି ସିରାଜ । । ଗତ ଏସିଆ କପ ଫାଇନାଲରେ ୨୧ ରନ୍ ଦେଇ ୬ଟି ୱିକେଟ ନେବା ପରେ ଶ୍ରେଷ୍ଠ ବୋଲର ହୋଇଛନ୍ତି । ଏସିଆ କପରେ ସେ ମୋଟ୍ ୧୦ଟି ୱିକେଟ ନେଇଥିଲେ । ଏହାପରେ ଆଇସିସି ମାନ୍ୟତାରେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି ମହମ୍ମଦ ସିରାଜ ।

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟରେ ବିଶ୍ବର ଏକ ନମ୍ବର ବୋଲର ମହମ୍ମଦ ସିରାଜ । ଆଇସିସି ଦିନିଆ ବୋଲିଂ ମାନ୍ୟତାର ଶୀର୍ଷକୁ ଫେରିଛନ୍ତି ସିରାଜ । ନିକଟରେ ଶେଷ ହୋଇଥିବା ଏସିଆ କପରେ ଉଲ୍ଲେଖନୀୟ ସଫଳତା ପରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟ୍ରେଲିଆ ବୋଲର ଜୋସ୍ ହାଜଲଉଡଙ୍କୁ ପଛରେ ପକାଇ ୬ ମାସ ପରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ମହମ୍ମଦ ସିରାଜ ।

ଗତ ମାର୍ଚ୍ଚ ମାସରେ ଆଇସିସି ଦିନିକିଆ ବୋଲିଂ ତାଲିକାର ଟପରେ ଥିଲେ । ଏହାପରେ ଟିମ୍ ଇଣ୍ଡିଆ କୌଣସି ଆଇସିସି ଦିନିକିଆ ସିରିଜ୍ ଖେଳି ନଥିବାରୁ ଶୀର୍ଷ ସ୍ଥାନରୁ ଖସିଥିଲେ ସିରାଜ । ଗତ ଏସିଆ କପ ଫାଇନାଲରେ ୨୧ ରନ୍ ଦେଇ ୬ଟି ୱିକେଟ ନେବା ପରେ ଶ୍ରେଷ୍ଠ ବୋଲର ହୋଇଛନ୍ତି । ଏସିଆ କପରେ ସେ ମୋଟ୍ ୧୦ଟି ୱିକେଟ ନେଇଥିଲେ । ଏହାପରେ ଆଇସିସି ମାନ୍ୟତାରେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି ମହମ୍ମଦ ସିରାଜ ।

ଆଇସିସି ପକ୍ଷରୁ ଆଜି ଜାରି କରାଯାଇଥିବା ଦିନିକିଆ ରାଙ୍କିଙ୍ଗରେ ସିରାଜ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ନିଜେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥି ସହିତ ଆଇସିସି ରାଙ୍କିଙ୍ଗର ୩ନଂରେ ବୋଲ୍ଟ, ୬ନଂରେ ଷ୍ଟାର୍କ, ୭ନଂରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ, ୮ମରେ ଆଡାମ ଜାମ୍ପା, ୯ନଂରେ କୁଲଦୀପ ଯାଦବ ଓ ୧୦ନଂରେ ଶାହୀନ ଆଫ୍ରିଦି ରହିଛନ୍ତି।

 

Leave A Reply

Your email address will not be published.