ସଂସଦ ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

ଲୋକସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ପ୍ରଥମ ଥର ପାଇଁ ମହିଳା ସଂରକ୍ଷିତ ବିଲ ଲୋକସଭାରେ ଆଗତ ହୋଇ ପାସ ହୋଇଛି। ଆଜି ରାଜ୍ୟସଭାରେ ବିତର୍କ ହେବ। ରାଜ୍ୟସଭାରେ ଅନୁମୋଦନ ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ।

ନୂଆଦିଲ୍ଲୀ : ଲୋକସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ଦିନ ତମାମ ବିତର୍କ ପରେ ଗତକାଲି ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ହୋଇଛି । ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିରୋଧରେ ମିଳିଥିଲା ମାତ୍ର ଦୁଇଟି ଭୋଟ୍ । ପ୍ରଥମ ଥର ପାଇଁ ମହିଳା ସଂରକ୍ଷିତ ବିଲ ଲୋକସଭାରେ ଆଗତ ହୋଇ ପାସ ହୋଇଛି। ଆଜି ରାଜ୍ୟସଭାରେ ବିତର୍କ ହେବ। ରାଜ୍ୟସଭାରେ ଅନୁମୋଦନ ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ।

ଆବଶ୍ୟକ ଅନମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ ବିଧେୟକ । ଲୋକସଭାରେ ବିଲ୍ ପାସ ହେବା ପରେ ଗୋଟିଏ ପାଦ ଆଗକୁ ବଢ଼ିଛି ସଂରକ୍ଷଣ ବ୍ୟବସ୍ଥା। ଏହି ବିଲ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ ଲୋକସଭା ସବୁ ରାଜ୍ୟର ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଗତକାଲି ବିତର୍କରେ ପ୍ରାୟ ସବୁ ଦଳର ମହିଳା ସାଂସଦମାନେ ଭାଗ ନେଇଥିଲେ। ସରଗରମ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିଲକୁ ସମର୍ଥନ ଘୋଷଣା କରିଥିଲେ । ତେବେ ବିଲ ଖୁବ ଶୀଘ୍ର ପାରିତ କରାଇ କାର୍ଯ୍ୟକାରୀ କରିବା ଏବଂ ଓବିସି, ଏସସି ଓ ଏସଟି ମହିଳାଙ୍କ ପାଇଁ କୋଟା ଦାବି କରିଥିଲେ। ପ୍ରାୟ ସବୁ ଦଳ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।

ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲକୁ ଲୋକସଭାରେ ଆଗତ କରିଥିଲେ । ଏହି ବିଲ୍ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ସେପ୍ଟେମ୍ବର ୧୯ ଭାରତର ସଂସଦୀୟ ଇତିହାସରେ ଏକ ‘ଐତିହାସିକ ଦିବସ’ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.