ଭୁବନେଶ୍ବର କିଟ୍ ଗୁଣ୍ଡିଚା ମନ୍ଦିର ପରିସରରେ ଆଜିଠାରୁ ପ୍ରସାଦ ସେବା ଆରମ୍ଭ

ଭୁବନେଶ୍ବର କିଟ୍ ଗୁଣ୍ଡିଚା ମନ୍ଦିର ପରିସରରେ ବାବା ରାମନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ରରେ ଆଜିଠାରୁ ପ୍ରସାଦ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏହାକୁ ଉଦଘାଟନ କରିଥିଲେ।

ଭୁବନେଶ୍ବର କିଟ୍ ଗୁଣ୍ଡିଚା ମନ୍ଦିର ପରିସରରେ ବାବା ରାମନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ରରେ ଆଜିଠାରୁ ପ୍ରସାଦ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏହାକୁ ଉଦଘାଟନ କରିଥିଲେ। ଭୁବନେଶ୍ୱର ୟୁନିଟ୍ ୧ ରାମମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ ପ୍ରସାଦ ପରିବେଷଣ କରି ପ୍ରସାଦ ସେବାର ଶୁଭାରମ୍ଭ କରିଥିଲେ।

ମାତ୍ର ୩୦ ଟଙ୍କାରେ ପ୍ରସାଦ ମିଳୁଥିବାରୁ ପ୍ରଥମ ଦିବସରେ ଆଜି ବହୁ ଲୋକ ମଧ୍ୟାହ୍ନ ଭୋଜନ କରିବାର ସୁଯୋଗ ଲାଭ କରିଥିଲେ। ସୂଚନାଯୋଗ୍ୟ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ସର୍ବସାଧାରଣଙ୍କ ପାଇଁ ଏହି ପ୍ରସାଦ ସେବନ କେନ୍ଦ୍ର ଖୋଲାଯାଇଛି ।

ଏଠାରେ ଜନସାଧାରଣ କିଟ୍ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ପାଇପାରିବେ । ବିଶେଷ କରି କିମ୍ସକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଏବଂ ଜୟନ୍ତ ମହାପାତ୍ର ସାର୍ବଜନୀନ ପାଠାଗାରକୁ ଆସୁଥିବା ଲୋକମାନେ ଏହି ସୁବିଧା ଉପଲବ୍ଧ କରିପାରିବେ । ଏହା ବ୍ୟତୀତ ସାଧାରଣ ଲୋକ ମଧ୍ୟ ଏଠାରେ ଆସି ମାତ୍ର ୩୦ ଟଙ୍କାରେ ପ୍ରସାଦ ସେବନ କରିପାରିବେ।

Leave A Reply

Your email address will not be published.